ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଗାଜାକୁ ସବୁ ଦିଗରୁ ଆକ୍ରମଣ କରୁଛି ଇସ୍ରାଏଲ, ଶ୍ମଶାନ ପାଲଟିଛି ସବୁଠୁ ବଡ଼ ହସ୍ପିଟାଲ !

Image Courtesy: seattletimes

ଜେରୁସାଲେମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଢ଼େଇ ଜାରି ରହିଛି । ଦୀର୍ଘ ଦିନ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଏବେ ସୁଦ୍ଧା ପ୍ରାୟ ୧୨ ହଜାର ଜୀବନ ଗଲାଣି । ସେପଟେ ଉତ୍ତର ଗାଜାରେ ଇସ୍ରାଏଲ ଆକ୍ରମଣ କରୁଥିବା ବେଳେ ଏବେ ଦକ୍ଷିଣ ଗାଜକୁ ବି ତ୍ରାହି ନାହିଁ । ସେଫ୍‌ ଜୋନ୍‌ କୁହାଯାଉଥିବା ଦକ୍ଷିଣ ଗାଜାରେ ଇସ୍ରାଏଲ ସେନା ପକ୍ଷରୁ ରକେଟ ମାଡ ହେଉଥିବା ଜଣାପଡ଼ିଛି । ଏହା ପୂର୍ବରୁ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ ଲୋକମାନଙ୍କୁ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା । ହେଲେ ଦକ୍ଷିଣ ଗାଜା ବି ଏବେ ସୁରକ୍ଷିତ ନାହିଁ । 

ଦକ୍ଷିଣ ଗାଜାର ଖାନ  ୟୁନିସ ଅଞ୍ଚଳରେ ଇସ୍ରାଏଲ ସେନା ଲଗାତାର ରକେଟ ମାଡ କରୁଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେପଟେ ହିସ୍ପିଟାଲରେ ଇସ୍ରାଏଲ କରିଥିବା ଆକ୍ରମଣକୁ ଯୁଦ୍ଧ ଅପରାଧ ଢଙ୍ଗରେ ଯାଞ୍ଚ କରାଯିବା ଦରକାର ବୋଲି ମାନବାଧିକାର ସଂଗଠନ ପକ୍ଷରୁ ଦାବି ହୋଇଛି । ପାଲେଷ୍ଟାଇନ୍‌ ଶରଣାର୍ଥୀଙ୍କ ଲାଗି କାର୍ଯ୍ୟ କରୁଥିବା ଜାତିସଂଘର ଏକ ଏଜେନ୍ସି କହିଛି ଯେ, ବୁଧବାର ସୁଦ୍ଧା ଗାଜାକୁ ଇନ୍ଧନ ଦେବା ଲାଗି ଅନୁମତି ନମିଳିଲେ ଏହାର ସମସ୍ତ କାର୍ଯ୍ୟ ଠପ ହୋଇଯିବ । 

ଅକ୍ଟୋବର ୭ରେ ଗାଜାରୁ ପରିଚାଳିତ ହମାସ ଆତଙ୍କବାଦୀ ସଂଗଠନ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଅଲଜଜୀରା ରିପୋର୍ଟ ଅନୁସାରେ, ଇସ୍ରାଏଲ ପଟୁ ହେଉଥିବା ଆକ୍ରମଣରେ ଗାଜାରେ ଏବେ ସୁଦ୍ଧା ୧୧ ହଜାର ୨୦୦ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି । ସେପଟେ ହମାସ ଆକ୍ରମଣରେ ୧୨ ଶହରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି ।

ସେପଟେ ଇସ୍ରାଏଲ ନିଜର ଆକ୍ରମଣ ଜୋରଦାର କରିବା ପରେ ଗତ ୧୦ ଦିନ ମଧ୍ୟରେ ଉତ୍ତର ଗାଜାରୁ ୨ ଲକ୍ଷ ଲୋକ ପଳାୟନ କରିଛନ୍ତି । ଏବେ ଉତ୍ତର ଗାଜାରେ କେବଳ ଗୋଟିଏ ହସ୍ପିଟାଲ ହିଁ କାର୍ଯ୍ୟକ୍ଷମ ଅଛି । ଯେଉଁଠି ଆହତଙ୍କୁ ଚିକିତ୍ସା କରାଯାଉଛି । ଆକ୍ରମଣ ଯୋଗୁଁ ଅନ୍ୟ ହସ୍ପିଟାଲଗୁଡ଼ିକରେ ବିଜୁଳୀ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଶିଶୁ ଏବଂ ମହିଳା ରୋଗୀମାନେ ବିଶେଷ ପ୍ରଭାବିତ ହୋଇଛନ୍ତି ବୋଲି ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଗାଜାର ସବୁଠୁ ବଡ଼ ହସ୍ପିଟାଲ ଅଲ-ଶିଫା ହସ୍ପିଟାଲ ଏକ ଶ୍ମଶାନରେ ପରିଣତ ହୋଇଥିବା କୁହାଯାଉଛି । ବିବିସିର ଏକ ରିପୋର୍ଟ ଅନୁସାରେ, ହସ୍ପିଟାଲ ବାହାରେ ଏବଂ ଭିତରେ ପ୍ରାୟ ୧୭୦ ଶବ ଏବେ ବି ପଡ଼ିରହିଛି । ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଅଲ-ଶିଫା ହସ୍ପିଟାଲକୁ ସୁରକ୍ଷା ଦେବା ପାଇଁ ଆଗ୍ରହ କରିବା ସହ ଏହି ଅଞ୍ଚଳରେ ଆକ୍ରମଣ ବନ୍ଦ କରିବା ଲାଗି ଅପିଲ କରିଛନ୍ତି । ବାଇଡେନ୍‌ଙ୍କ ପୂର୍ବରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଗାଜାରେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାକୁ କହିବା ସହ ଯଥାସମ୍ଭବ ଯୁଦ୍ଧ ବିରାମ ପାଇଁ ଅପିଲ କରିଥିଲେ । ସେପଟେ କୌଣସି ହସ୍ପିଟାଲକୁ ଟାର୍ଗେଟ କରୁନାହୁଁ ବୋଲି କହିବା ସହ ଅଲ-ଶିଫା ହସ୍ପିଟାଲ ନିକଟରେ ଆକ୍ରମଣ ଜାରି ରହିଛି ବୋଲି ଇସ୍ରାଏଲ ସେନା ସ୍ବୀକାର କରିଛି । 

 

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.