ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଣି ଏକାଠି ନଜର ଆସିବେ ଜାହ୍ନବୀ-ବରୁଣ, ବଡ ପରଦାରେ କରିବେ ରୋମାନ୍ସ

ମୁମ୍ବାଇ ୨୩/୦୨: ପୁଣି ଥରେ ବଡ଼ ପରଦାରେ ଏକାଠି ନଜର ଆସିବେ ଜାହ୍ନବୀ-ବରୁଣ । ଫିଲ୍ମ ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଦୁହିଁଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ । ଧର୍ମା ପ୍ରଡକ୍ସନ୍ସ ପକ୍ଷରୁ ଫିଲ୍ମ ବିଷୟରେ ଘୋଷଣା ହୋଇଛି । କରନ ଜୋହର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି । ୩୫ ସେକେଣ୍ଡ୍‌ର ଭିଡିଓରେ ସେ ବରୁଣଙ୍କୁ ସନି ସଂସ୍କାରୀ ଓ ଜାହ୍ନବୀଙ୍କୁ ତୁଲସୀ କୁମାରୀ ରୂପେ ଉପସ୍ଥାପନ କରିଛନ୍ତି । ଭିଡିଓ ଶେଷରେ ‘ଇଶ୍କ ମଂଜୁର’ ନାମକ ଗୀତ ଶୁଣିବାକୁ ମିଳୁଛି । 

କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ଆମ ସଂସ୍କାରୀ ନିଜ କୁମାରୀକୁ ପାଇବା ମାର୍ଗରେ! ମନୋରଞ୍ଜନରେ ଭରପୂର ଏହି ପ୍ରେମ କାହାଣୀ ଆସୁଛି ବଡ଼ ପରଦାକୁ!’ ଆସନ୍ତା ବର୍ଷ ଏପ୍ରିଲ ୧୮ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ । ଶଶାଙ୍କ ଖେତାନ ଫିଲ୍ମର ନିର୍ଦ୍ଦେଶନା ସହିତ କାହାଣୀ ମଧ୍ୟ ଲେଖିଛନ୍ତି । ୨୦୧୪ ମସିହାରେ ମୁକ୍ତିପ୍ରାପ୍ତ ବରୁଣ ଧୱନ ଓ ଆଲିୟା ଭଟ୍ଟ ଷ୍ଟାରର୍‌ ‘ହମ୍ପ୍‌ଟି ଶର୍ମା କି ଦୁଲ୍‌ହନିୟା’ର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ । ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା । 

ଫିଲ୍ମ ‘ବୱାଲ୍‌’ରେ ଜାହ୍ନବୀ ଓ ବରୁଣଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା । ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ଜାହ୍ନବୀ ଖୁବ୍‌ଶୀଘ୍ର ଫିଲ୍ମ ‘ଉଲଝ୍‌’ରେ ନଜର ଆସିବେ । ଏଥିରେ ସେ ଆଇଏଫ୍‌ଏସ୍‌ ଅଫିସର ଭୂମିକା ନିର୍ବାହ କରିବେ । ଏଥିସହ ସାଉଥ୍‌ ସୁପରଷ୍ଟାର୍‌ ଜୁନିୟର ଏନ୍‌ଟିଆର୍‌ଙ୍କ ସହ ଫିଲ୍ମ ‘ଦେବରା’ ଜରିଆରେ ସେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ । ରାଜକୁମାର ରାଓଙ୍କ ସହ ଫିଲ୍ମ ‘ମିଷ୍ଟର୍‌ ଆଣ୍ଡ ମିସେସ୍‌ ମାହି’ରେ ମଧ୍ୟ ଜାହ୍ନବୀ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.