ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜଧାନୀରେ ମାତିଛନ୍ତି ଲୁଟେରା, କାମ ଦେଉନି ପୁଲିସ୍‌ ଖବରି

ଭୁବନେଶ୍ୱର, ୦୪/୦୩ : ରାଜଧାନୀରେ ମାତିଛନ୍ତି ଲୁଟେରା । ମଉକା ପାଇଲେ ଆତଙ୍କ ଖେଳାଉଛନ୍ତି । ପୁଲିସ୍‌ ଉପସ୍ଥିତିରେ ଲୁଟ୍‌ପାଟ୍‌ କରିବାକୁ ସୁରକ୍ଷିତ ମଣୁଛନ୍ତି  । ସବୁଠାରୁ ବଡ଼ କଥା ହେଲା ଲୁଟେରାମାନେ ଏମିତି ଉତ୍ପାତ କଲେଣି ଯେ, ପୁଲିସ୍‌ ବି ନିଜକୁ ସୁରକ୍ଷା ଦେଇ ପାରୁନି । ଗତ ଗୁରୁବାର ଦିନ ବଡ଼ଗଡ଼ କେନାଲ୍‌ ବନ୍ଧ ରାସ୍ତାରେ ଜଣେ ମହିଳା କନଷ୍ଟେବଳଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଛନ୍ତି ଲୁଟେରା । ଖାଲି ସେତିକି ନୁହେଁ ଖଣ୍ଡଗିରି ମେଳାରେ ପାହାଡ ନିକଟରେ ସପ୍ତମ ବାଟାଲିୟନର ଜଣେ କନଷ୍ଟେବଳଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ ଲୁଟେରା । ଯେଉଁଠି ପୁଲିସ୍‌ ନିଜକୁ ସୁରକ୍ଷା ଦେଇପାରୁନି ସେଠାରେ ସହରବାସୀ କେମିତି ସୁରକ୍ଷା ଆଶା କରିବେ, ତାହା ଏବେ ପ୍ରଶ୍ନବାଚୀ । ପ୍ରତିଦିନ ୫ରୁ ୧୦ଟି ଲୁଟ୍‌ ମାମଲା ବିଭିନ୍ନ ଥାନାକୁ ଆସୁଛି । କାହାର ସୁନା ଚେନ୍‌ ଗଲାଣି ତ’ ପୁଣି କାହାର ମୋବାଇଲ୍‌ । ସର୍ବାଧିକ ଘଟଣା ଘଟୁଛି ବଡ଼ଗଡ଼ ଥାନା ଅଞ୍ଚଳରେ । ତା’ପରେ ଖଣ୍ଡଗିରି ଥାନା ଓ ତୃତୀୟରେ ଭରତପୁର ଥାନା । ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରି ଲୁଟ୍‌ ଢେର କମ୍‌ । 

ଚୋରି ଲୁଟ୍‌ ନେଇ ଯଦି କେହି ଅଭିଯୋଗ କରିବାକୁ ଯାଉଛି ପୁଲିସ୍‌ କେବଳ ସୁନା ଚେନ୍‌ ଲୁଟ୍‌ ହୋଇଥିଲେ ମାମଲା ରୁଜୁ କରୁଛି । ମୋବାଇଲ୍‌ ଲୁଟ୍‌ ଓ ଗାଡି ଚୋରି ପୁଲିସ୍‌ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଛି । ଲୁଟେରାଙ୍କୁ ଧରିବାକୁ ପୁଲିସ୍‌ ସେପରି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁନାହିଁ । ସନ୍ଧ୍ୟା ୭ଟା ପରେ ରାଜଧାନୀର ବିଭିନ୍ନ ଛକରେ ପୁଲିସ୍‌ ପକ୍ଷରୁ ବ୍ଲକିଂ କରାଯାଇ ଲୋକଙ୍କୁ ଯାଞ୍ଚ କରାଯାଉଛି । ବ୍ଲକିଂ ପରେ ବି ଲୁଟେରାମାନେ ନିଜ ହାତ ସଫା କରିବାକୁ ପଛାଉନାହାନ୍ତି । ଗତ ୨୭ ଦିନ (ଫେବ୍ରୁଆରୀ ୧ରୁ୨୭)ରେ ଭୁବନେଶ୍ୱର ଓ ଉପକଣ୍ଠ ଅଂଚଳରୁ ପ୍ରାୟ ୨୭ରୁ ଅଧିକ ସୁନା ଚେନ୍‌ ଲୁଟ ହୋଇଛି । ୮୫ଟି ସନ୍ଧିଚୋରି, ୧୮୬ଟି ଚୋରି ଭଳି ଘଟଣା ସାମ୍ନାକୁ ଆସିଛି । ପରିସ୍ଥତି ଏପରି ହୋଇଛି ଯେ, ରାଜଧାନୀରେ ପୁଲିସ ଅଛି ବୋଲି ଜଣାପଡୁ ନାହିଁ । 

ତେବେ ଅନେକ ଲୁଟ ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ରହିଛି । ପୁଲିସ ପାଖରେ ସିସିଟିଭି ଫୁଟେଜ ଥିଲେ ମଧ୍ୟ ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ଟିକେ ବି ସୁରାକ ପାଇପାରୁନାହିଁ । କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱରରେ ଥିବା ଆଇଆଇସିମାନଙ୍କ ମଧ୍ୟରୁ କିଛି ଜଣ ଦେଢ଼ ବର୍ଷ ହେବ ଏଠି କାମ କଲେଣି । କିଛି ନୂଆ ଆସିଛନ୍ତି । ଆସିବା ଦିନ ଠାରୁ ଏମାନେ ଗୋଟିଏ ହେଲେ ବି କୌଣସି ଖବରି ରଖି ନାହାନ୍ତି । ୩ ଜଣ ଆଇଆଇସିଙ୍କୁ ଛାଡିଦେଲେ ଅନ୍ୟମାନେ ମୋବାଇଲ୍‌ ଚୋରକୁ ଧରିବା ପାଇଁ ଡିସିପି ସ୍ପେଶାଲ୍‌ ସ୍କ୍ୱାର୍ଡ ଟିମ୍‌ ପାଖରେ ଧାରଣା ଦେଉଛନ୍ତି । ଡିସିପିଙ୍କ ଟିମ୍‌ର କାମ ହେଲା ବଡ଼ ବଡ଼ ଅପରାଧର ପର୍ଦ୍ଦାଫାସ୍‌ କରିବା । ହେଲେ ଥାନା ବାବୁମାନେ ମୋବାଇଲ୍‌ ଓ ସାଇକେଲ୍‌ ଚୋରକୁ ଧରି ନ ପରି ଡିସିପିଙ୍କ ଟିମ୍‌ର ସାହାଯ୍ୟ ନିଅନ୍ତି । ଆଇଆଇସିମାନେ ଯଦି ନିଜ ଖବରିକୁ ମଜବୁତ କରିବେ ତ’ହେଲେ ସବୁ ଲୁଟେରାଙ୍କ ବିଷୟରେ ସୂଚନା ମିଳିଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.