ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘାଟୀରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ

ମୋହନା, ୦୨/୧୦ : ଘାଟୀରେ ଓଲଟିଲା ମିନି ବସ୍। ୨୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ନିକଟସ୍ଥ ବାମୁଣମଲା ଘାଟୀରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ପ୍ରଥମେ ବିରିକୋଟ ପରେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଲଦିଗୁଡାରୁ ଏକ ଯାତ୍ରୀବାହୀ ମିନିବସ୍ ସୋମବାର ସକାଳୁ କିଛି ଯାତ୍ରୀଙ୍କୁ ନେଇ ମୋହନା ଆସୁଥିବା ବେଳେ ବାମୁଣମଲା ଘାଟୀ ନିକଟରେ ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ୍‌ରେ ବସିଥିବା ୨୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତ ମାନଙ୍କୁ ବିରିକୋଟ ସ୍ଥିତ ମେଡିକାଲକୁ ପଠାଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.