ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜନତାଙ୍କ ପ୍ରଶ୍ନ ଭୟ, ଅଞ୍ଚଳ ବୁଲୁନାହାନ୍ତି ନେତା

କୋରାପୁଟ,୦୨/୧୨: ଲକ୍ଷ୍ମୀପୁର ଆସନ ।  ଏଠାରେ ବିଜେଡିର ପ୍ରଭୁ ଜାନୀ ବିଧାୟକ  ରହିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ ଘର ବି ନିର୍ବାଚନମଣ୍ଡଳୀର ବନ୍ଧୁଗାଁ  ବ୍ଲକ କୁମ୍ଭଗଣ୍ଡା ଗାଁରେ । ବିଜେଡି ଜିଲ୍ଲା ସଭାପତି  ତଥା ପୂର୍ବତନ ସାଂସଦ ଝିନ୍ନ ହିକକା ମଧ୍ୟ  ଏହି ନିର୍ବାଚନମଣ୍ଡଳୀର । ତଥାପି ଏହି ଆସନ  ଅଧୀନରେ ଥିବା ୨ ଶହରୁ ଅଧିକ ଗ୍ରାମବାସୀ  ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ । ସେମାନଙ୍କ  ଭିତରେ ଲାଗି ରହିଛି ଅସନ୍ତୋଷ । ନେତାମାନେ  ଯେଉଁ ଅଞ୍ଚଳ ଗଲେ ବି ଲୋକଙ୍କ ପ୍ରଶ୍ନବାଣରେ  ଘାଇଲା ହେଉଛନ୍ତି । ୫ ବର୍ଷ ଭିତରେ କ’ଣ  କରିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ଯାହା ଏବେ  ନେତାମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।  ବାଧ୍ୟ ହୋଇ ସେମାନେ ବିଭିନ୍ନ ଅଞ୍ଚଳ ବୁଲିବା ବନ୍ଦ  କରି ଦେଇଛନ୍ତି । କେବଳ ମୁଖ୍ୟାଳୟରେ ବସି ନିଜ  ରାଜନୈତିକ ଯାତ୍ରା ଚଳାଇଛନ୍ତି ।  

ଲକ୍ଷ୍ମୀପୁର ବ୍ଲକର ୧୩, ବନ୍ଧୁଗାଁ ବ୍ଲକର  ୧୩, ନାରାୟଣପାଟଣା ବ୍ଲକର ୯ ଓ ଦଶମନ୍ତପୁର  ବ୍ଲକର ୧୬ଟି ପଞ୍ଚାୟତକୁ ନେଇ ଗଠିତ ଏହି  ନିର୍ବାଚନମଣ୍ଡଳୀ । ୧୯୯୫ରେ କଂଗ୍ରେସର  ଅନନ୍ତରାମ ମାଝୀ, ୨୦୦୦ରେ ବିଜେଡିର  ବିଭୀଷଣ ମାଝୀ, ୨୦୦୪ରେ କଂଗ୍ରେସର  ଅନନ୍ତରାମ ମାଝୀ, ୨୦୦୮(ଉପନିର୍ବାଚନ) ରେ କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝି, ୨୦୦୯ରେ  ବିଜେଡିର ଝିନ୍ନ ହିକକା ଓ ୨୦୧୪ରେ କଂଗ୍ରେସର  କୈଳାସ ଚନ୍ଦ୍ର କୁଲେସିକା ବିଧାୟକ ରହିଛନ୍ତି । 

 ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏଠାରେ ବିଜେଡି  ଏବଂ କଂଗ୍ରେସ ମଧ୍ୟରେ ସବୁବେଳେ ଟକ୍କର  ଚାଲିଛି । ଗତ ୫ ବର୍ଷ ହେଲା ଏଠାରେ ବିଧାୟକ  ରହିଛନ୍ତି ବିଜେଡିର ପ୍ରଭୁ ଜାନୀ । ଅଥଚ ମାଳ  ମାଳ ସମସ୍ୟାରେ ରୁନ୍ଧି ହୋଇଯାଉଛନ୍ତି ୩ଟି ଯାକ  ବ୍ଲକର ଲୋକ । ଦଶମନ୍ତପୁର ବ୍ଲକ୍‌ର ପଦୁଗୁଡା,  ଲରେସ, ଗଦଳିଗୁମ୍ମା, ଚଣ୍ଡୀ ଜାନୀଗୁଡ଼ା,  ମାଣ୍ଡିଆଗୁଡ଼ା, କେଦଣ୍ଡାବାଡ, ଗୌଡ଼କନ୍ତି, ଏସ୍‌,  ଦଣ୍ଡାବାଡ, ମହୁଗାଁ, ସଲପଗୁଡ଼ା, କଟରାଆମ୍ବା,  ତେନ୍ତୁଳିଗୁଡ଼ା, ତବଜାଗୁଡ଼ା, ବଗେଇପଦର,  ପରଜାଗଦରି, ଟାମକସିଲ, ପଞ୍ଚଡାପଦର  ଭଳି ଶତାଧିକ ଗାଁରେ ଆଜି ପର୍ଯ୍ୟନ୍ତ ଶିକ୍ଷା,  ସ୍ୱାସ୍ଥ୍ୟ, ରାସ୍ତା, ପାନୀୟ ଜଳ ଭଳି ସମସ୍ୟାରୁ  ମୁକ୍ତି ମିଳିନି । ସେହିପରି ଲକ୍ଷ୍ମୀପୁର ବ୍ଲକର  ବାଘମାରି, ଘାଡାଟିକରି, ମୂର୍ଲାପୁଟ, ମହୁଲକାଣା,  ବେଲଗୁଡ଼ା, ସର୍ଗିଗୁଡ଼ା, ନାରାୟଣପାଟଣା ବ୍ଲକର  ରଙ୍ଗପାଣି, ଯାକପାଣି, ଟାଙ୍ଗିଣିପଦର, କମଳା  ପଦର, ସୁଡେଶୁ, କଡରାଗା, ବାରିଙ୍ଗି, ନାଚିକା  ବାରିଙ୍ଗି ଏବଂ ବନ୍ଧୁଗାଁ ବ୍ଲକ୍‌ ଗୁଣ୍ଡିନି ଗାଁର ହଜାର  ହଜାର ଲୋକ ଅନୁରୂପ ସମସ୍ୟାରେ ସନ୍ତୁଳି  ହେଉଛନ୍ତି । 

ଏସବୁ ଗାଁରେ ନିର୍ବାଚିତ ପ୍ରତିନିଧି  କିମ୍ବା ପ୍ରଶାସନର ପାଦ ପଡୁନି । ନାରାୟଣପାଟଣା  ବ୍ଲକ ତେନ୍ତୁଳିପଦର ପଞ୍ଚାୟତର ଟାଙ୍ଗିଣିପଦର  ଗାଁରେ ନାଁ ଅଛି ରାସ୍ତା ନା ବିଜୁଳି ଆଲୁଅ । ଗାଁକୁ  ଆଜିଯାଏଁ ଆମ୍ବୁଲାନ୍ସଟିଏ ଯାଇପାରୁନି । ବ୍ଲକ୍‌  ମୁଖ୍ୟାଳୟରୁ ପ୍ରାୟ ୨୧ କିମି ଦୂରରେ ଥିବା ଏହି  ଗାଁର ଲୋକେ ନିଜେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି । କେବଳ ଏହି ଗୋଟିଏ ଗାଁ ନୁହେଁ,  ଅନ୍ୟ ବହୁ ଗାଁରେ ବି ଲୋକେ ନିଜେ ଶ୍ରମଦାନ  କରି ରାସ୍ତା ନିର୍ମାଣ କରୁଥିବା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି । ରାସ୍ତା ନଥିବାରୁ ଅନେକ  ସମୟରେ ଖଟିଆ ଭାରରେ ଲୋକଙ୍କୁ ବୋହିକରି  ମେଡିକାଲ୍‌ ନେବାକୁ ପଡୁଛି । ଅଥଚ ଗୋଟିଏ  ନିର୍ବାଚନମଣ୍ଡଳୀରେ ଏତେ ନେତା ଥାଇ  ସେମାନଙ୍କ ସମସ୍ୟା ଦୂର କରିବା ଦିଗରେ କେବେ  ପଦକ୍ଷେପ ନେଇନାହାନ୍ତି । ଏ ସଂପର୍କରେ ଆମେ  ବିଧାୟକ ଶ୍ରୀ ଜାନୀଙ୍କୁ ପଚାରିଥିଲୁ । ସେ କେବଳ  ଏତିକି କହିଛନ୍ତି, ଲୋକଙ୍କ ପାଇଁ ସେ କାର୍ଯ୍ୟ  କରୁଛନ୍ତି । ସବୁବେଳେ ଅଞ୍ଚଳର ବିକାଶ ଦିଗରେ  ବିଭିନ୍ନ ପଦକ୍ଷେପ ନେଉଛନ୍ତି ।  

ସୂଚନାଥାଉକି, ୨୦୦୯ ନିର୍ବାଚନରେ  ଏଠାରେ କଂଗ୍ରେସର ହେମା ଗମାଙ୍ଗଙ୍କୁ ହରାଇ  ବିଧାୟକ ନିର୍ବାଚିତ ହୋଇଥିଲେ ଝିନ୍ନ ହିକ୍କକା ।  ଝିନ୍ନ ସର୍ବାଧିକ ୨୫ ହଜାର ୯୫ ଭୋଟ୍‌ ପାଇଥିବା  ବେଳେ ହେମାଙ୍କୁ ମିଳିଥିଲା ୨୧ ହଜାର ୬୮୯  ଭୋଟ୍‌ । ୨୦୧୪ ନିର୍ବାଚନ କିନ୍ତୁ ଯାଇଥିଲା  କଂଗ୍ରେସ ସପକ୍ଷରେ । କଂଗ୍ରେସର କୈଳାସ ଚନ୍ଦ୍ର  କୁଲେସିକା ୫୩ ହଜାର ୪୨୯ ଭୋଟ୍‌ ପାଇଥିବା  ବେଳେ ବିଜେଡିର ହେମା ଗମାଙ୍ଗଙ୍କୁ ମିଳିଥିଲା  ମାତ୍ର ୩୦ ହଜାର ୯୫୬ ଭୋଟ୍‌ । 

୨୦୧୯  ନିର୍ବାଚନରେ ଏଠି ବିଜେଡି ଓ କଂଗ୍ରେସ ମଧ୍ୟରେ  କଡ଼ା ଟକ୍କର ହୋଇଥିଲା । ନିର୍ବାଚନମଣ୍ଡଳୀର  ଭୋଟର୍‌ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କ ସପକ୍ଷରେ  ଯାଇଥିଲେ ବି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ  କଂଗ୍ରେସର କୈଳାସ ଚନ୍ଦ୍ର କୁଲେସିକାଙ୍କୁ ମାତ୍ର  ୨୨୯ ଖଣ୍ଡ ଭୋଟ୍‌ରେ ମାତ୍‌ ଦେଇଥିଲେ । ପ୍ରଭୁ  ୪୫ ହଜାର ୨୧୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ  କୈଳାସ ପାଇଥିଲେ ୪୪ ହଜାର ୯୮୨ ଭୋଟ୍‌ ।  ଏଥର ନିର୍ବାଚନ ବିଜେଡି ପାଇଁ ଏସିଡ୍‌ ଟେଷ୍ଟ  ସଦୃଶ ହେବ ବୋଲି କୁହାଯାଉଛି । କାରଣ  ନିର୍ବାଚନମଣ୍ଡଳୀର ଅଧିକାଂଶ ନେତାଙ୍କ ଉପରେ  ଜନତା ଖପ୍ପା । କେବଳ ଦେଖିବାର କଥା,  ଏଥର ଏଠାରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.