ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଳମାଳିଆ ଧରୁଛି ମାହାଙ୍ଗା ରାଜନୀତି, ପେଞ୍ଚ ମାରୁଛନ୍ତି ଚତୁର୍ଥ ପକ୍ଷ !

କଟକ,୦୭/୧୨: ମାହାଙ୍ଗା ରାଜନୀତି ଦିନକୁ ଦିନ ଗୋଳମାଳିଆ ହୋଇ ଚାଲିଛି । ଦୁଇ ବର୍ଷ ଭିତରେ ବିଧାୟକ ପ୍ରତାପ ଜେନାଙ୍କୁ ନେଇ ଯେଉଁସବୁ ବିବାଦ ସାମ୍ନାକୁ ଆସିଛି, ତା’ପଛରେ ବିରୋଧୀ ବିଜେପି ଓ କଂଗ୍ରେସର ଭୂମିକା ଯେତେ ନାହିଁ, ତାଠାରୁ ବରଂ ଅଧିକ ଚତୁର୍ଥ ପକ୍ଷର ରହିଥିବା କୁହାଯାଉଛି । ଉକ୍ତ ଚତୁର୍ଥ ପକ୍ଷ ମାହାଙ୍ଗା ରାଜନୀତିରେ ସମୟ ଦେଖି ପେଞ୍ଚ ମାରୁଛନ୍ତି । ଏକଦା ବିଜେଡି ଶିବିରରେ ରହି କାର୍ଯ୍ୟ କରୁଥିବା ଏହି ହାତଗଣତି କିଛି ନେତା ଏବେ ମାହାଙ୍ଗା ବିଜେଡି ନେତାଙ୍କ ଗଳାର କଣ୍ଟା ହେଲେଣି । ସଂଘବଦ୍ଧ ହୋଇ ଗୋଷ୍ଠୀରେ ରହିଥିବା ଏହି ନେତାମାନଙ୍କ ଭିତରେ ସମାନତା ହେଉଛି, ଏହି ନେତାମାନଙ୍କ ଭିତରୁ ଅନେକ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ଦୃଢ ସମର୍ଥକ ଥିଲେ । ତାଙ୍କରି ଅମଳରେ ପଞ୍ଚାୟତ ରାଜନୀତିରେ ନିର୍ବାଚିତ ଜନପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । 

ହଠାତ୍‌ ଏ ଚତୁର୍ଥ ପକ୍ଷଙ୍କ ମିଳିତ ଆବିର୍ଭାବ ପଛରେ ଏକ ଅଦୃଶ୍ୟ ରାଜନୈତିକ ଶକ୍ତି ରହିଥିବା ମଧ୍ୟ ଅନୁମାନ କରାଯାଉଛି । ଯଦିଓ ଏହି ସଂଗଠକମାନେ ଗତ କେତୋଟି ନିର୍ବାଚନରେ ମାହାଙ୍ଗା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି, କିନ୍ତୁ ବ୍ୟକ୍ତିଗତ ପତିଆରାରେ ନିଜ ନିଜ ଅଞ୍ଚଳ ଭିତରେ ସେମାନେ ପ୍ରାୟ ସୀମିତ ରହିଥିଲେ । କିନ୍ତୁ ଏବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହି ନେତାମାନେ ନିଜ ସ୍ଥିତି ଜାହିର କରିବାକୁ ଗୋଷ୍ଠୀ ହୋଇ ଶାସକ ଦଳ ବିରୋଧରେ ରଣନୀତି ପ୍ରସ୍ତୁତ କଲେଣି । 

ଏହାର ଏକ ଉଦାହରଣ ଗତକାଲି କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ମାହାଙ୍ଗା ନିର୍ବାଚନମଣ୍ଡଳୀର କିଛି ନେତା ଏସ୍‌ପିଙ୍କୁ ଫେରାଦ୍‌ ହୋଇ ଏକ ସ୍ମାରକପତ୍ର ଦେଇଥିଲେ । ଏଥିରେ ମାହାଙ୍ଗା ବ୍ଲକ୍‌ ବିଜେଡିର ପୂର୍ବତନ ସଭାପତି ରୁଦ୍ରନାରାୟଣ ସିଂ, ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ବେହେରା, ବାଜପୁରା ପଞ୍ଚାୟତର ଦିଲ୍ଲୀପ ସାହୁଙ୍କ ସମେତ ଅନ୍ୟ କିଛି ନେତା ସାମିଲ୍‌ ହୋଇଥିଲେ । ମାହାଙ୍ଗା ଥାନା ମିଛ ମାମଲାରେ ସେମାନଙ୍କୁ ଫସାଇ ଦେଉଥିବା ନେଇ ଏସ୍‌ପି ମିହିର ପଣ୍ଡାଙ୍କୁ ସମସ୍ତେ ଅଭିଯୋଗ କରିଥିଲେ । ଏମାନଙ୍କ ସହ ପୂର୍ବତନ ସରପଞ୍ଚ ବଟକୃଷ୍ଣ ପରିଡା, ରୁଚିକୁମାର ରାଉତ, ମୀନକେତନ ବେହୁରା, ଯୁବ ବିଜେଡିର ପୂର୍ବତନ ସଭାପତି ଶ୍ରୀକାନ୍ତ ରାଉଳଙ୍କ ସମେତ ଅନ୍ୟମାନେ ସାମିଲ୍‌ ହୋଇଥିଲେ । ଏମାନଙ୍କ ବିରୋଧ ଯଦିଓ ମାହାଙ୍ଗା ଥାନା ବିରୋଧରେ ରହିଥିଲା, କିନ୍ତୁ ପ୍ରକୃତପକ୍ଷେ ଶାସକ ଦଳର ମୁଖିଆଙ୍କୁ ଟାର୍ଗେଟ୍‌ କରି ନେତାମାନେ ଏଭଳି ଏକ ଗୋଟିଚାଳନା କରିଛନ୍ତି । ଏମାନେ କାହା ପାଇଁ ରାଜନୈତିକ ପୃଷ୍ଠଭୂମି ତିଆରି କରୁଛନ୍ତି ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହେଲାଣି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏକଦା ଶାସକ ଦଳରେ ରହିଥିବା ଏହି ଗୋଷ୍ଠୀର କିଛି ପଞ୍ଚାୟତ ସ୍ତରୀୟ ନେତା ଏବେ ଶରତ କରଙ୍କ ପୁଅ ଶୋଭନ କରଙ୍କ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି । ଶୋଭନ କରଙ୍କୁ ନେଇ ମାହାଙ୍ଗା ରାଜନୀତିରେ କିଛି ପରିବର୍ତ୍ତନ ଆଶା କରାଯାଉଥିବା ବେଳେ ଏହି ନେତାମାନେ ଶୋଭନଙ୍କ ଲାଗି ପୃଷ୍ଠଭୂମି ତିଆରି କରୁଥିବା ଅନୁମାନ କରାଯାଉଛି । ଯଦିଓ ଏମାନେ କୌଣସି ଗୋଟିଏ ଶିବିରରେ ରହିଛନ୍ତି ବୋଲି କହିବା ମଧ୍ୟ ଭୁଲ୍‌ ହେବ । ବିଗତ ଦିନରେ ଏମାନଙ୍କ ମଧ୍ୟରୁ କିଛି ନେତା ଉଭୟ କଂଗ୍ରେସ ଓ ବିଜେପିରେ ସାମିଲ୍‌ ହୋଇ ଶାସକ ଦଳକୁ ନିଶାନା କରିଥିଲେ । ତେଣୁ ଆଗକୁ ଏମାନେ ଶାସକ ଦଳ ବିରୋଧରେ ଗୋଷ୍ଠୀ ହୋଇ ସାମ୍ନାକୁ ଆସୁଛନ୍ତି କି ନିଜ ନିଜ ବ୍ୟକ୍ତିଗତ ପତିଆରାରେ ରାଜନୀତିରେ ତିଷ୍ଠି ରହୁଛନ୍ତି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.