ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଅଫିସ୍‌ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏମିତି ମର୍ଣ୍ଣିଂ ରୁଟିନ୍‌ ନିହାତି ଜରୁରୀ , ରହିବେ ସୁସ୍ଥ

ନୂଆଦିଲ୍ଲୀ : ଅଫିସ୍‌ ଯାଉଥିବା ଲୋକଙ୍କ ପାଖେ ଅନେକ ସମୟରେ ସକାଳେ ବେଳା ସମୟ ନଥାଏ। ଏଥିପାଇଁ ସେମାନେ ସୁସ୍ଥ ରୁଟିନ୍‌କୁ ଅନୁସରଣ କରି ପାରନ୍ତି ନାହିଁ ଏବଂ ଅନେକ ସମୟରେ ନ୍ୟୁଟ୍ରିସନରେ ପୂର୍ଣ୍ଣ ବ୍ରେକ୍‌ଫାଷ୍ଟର କାରଣରୁ ଅସୁସ୍ଥର ଜିନିଷ ଖାଇଥାନ୍ତି , ନୁହେଁତ ବ୍ରେକ୍‌ଫାଷ୍ଟକୁ ସ୍କିପ୍‌ କରିଯାନ୍ତି। ଉଭୟ ଉପାୟ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। କିନ୍ତୁ ଯଦି ଆପଣ ହେଲଦି ରହିବାକୁ ଚାହାନ୍ତି ତ,ସକାଳ ସମୟରେ ସୁସ୍ଥ ଜିନିଷକୁ ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ। ଯେଉଁଥିରେ ପୂରା ଦିନ ଏନର୍ଜେଟିକ୍‌ ଉପାୟରେ ରହିବେ ଓ ସ୍ୱାସ୍ଥ୍ୟ ବି ଭଲ ରହିବ। 

ପାଣି ସେବନ ସହ ଦିନର ଆରମ୍ଭ – ସାରା ଦିନ ଶରୀରକୁ ହାଇଡ୍ରେଟ୍‌ ରଖିବାକୁ ହେଲେ ସର୍ବ ପ୍ରଥମେ ମର୍ଣ୍ଣିଂ ରୁଟିନରେ ପାଣିକୁ ସାମିଲ କରନ୍ତୁ। ପ୍ରତିଦିନ ଉଠିବା ସହ ପାଣି ପିଅନ୍ତୁ। ଯେଉଁଥିରେ ସବୁ ଟକ୍ସିନ୍ସ ବାହାରି ଯିବ ଏବଂ ଶରୀର ରିହାଇଡ୍ରେଟ୍‌ ହୋଇ ପାରିବ।

ବ୍ରେକ୍‌ଫାଷ୍ଟକୁ ନ୍ୟୁଟ୍ରିସନରେ ଭରପୂର ହେବ – 

ବ୍ରେକଫାଷ୍ଟରେ ସବୁ ଜରୁରୀ ପୋଷକ ତତ୍ତ୍ୱକୁ ସାମିଲ କରନ୍ତୁ। ଯେଉଁଥିରେ ପ୍ରୋଟିନ୍‌ ସହ ଫାଇବର ରହିଥିବ। ଏହାସହ କିଛି ମାତ୍ରାରେ ହେଲଦି ଫ୍ୟାଟ୍ସକୁ ମଧ୍ୟ ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ। ଯେଉଁଥିରେ ପୂରାଦିନ ଏନର୍ଜୀ ରହିବ। ପୂରା ଶସ୍ୟ, ବାଦାମ , କଦଳୀ ଭଳି ଫଳକୁ ନିଶ୍ଚୟ ଖାଆନ୍ତୁ। ଏହି ହେଲଦି ବ୍ରେକଫାଷ୍ଟ ଆପଣଙ୍କୁ ଏନର୍ଜି ହେବାର କାମ କରିବ ଏବଂ  ଅଧିକ ସମୟ ଯାଏ ପେଟ୍‌ ଭରି ରହିବ। 

ଖାଦ୍ୟର ମାତ୍ରାରେ ମଧ୍ୟ ଧ୍ୟାନ ରଖନ୍ତୁ –

ଯଦି ଆପଣ ହେଲଦି ମିଲ୍‌ ଖାଉଛନ୍ତି ତ ଏହାର ମାତ୍ରା ଉପରେ  ମଧ୍ୟ ଧ୍ୟାନ ରଖିବେ। ଏଥିରେ ବି ସ୍ୱାସ୍ଥ୍ୟ ଖରାପ ହୋଇପାରେ। କାରଣ ସୁସ୍ଥ ଫୁଡ୍‌କୁ ମଧ୍ୟ ଯଦି ଆପଣ ଅଧିକ ମାତ୍ରାରେ ଖାଆନ୍ତି ତ ଏଥିରେ ଓଜନ ବଢିବ ଏବଂ ଏହାସହ ଡାଇଜେସନ ଉପରେ ପୂରା ପ୍ରଭାବ ପଡ଼ିବ। ଏହାସହ ସାରାଦିନ ଅଳସୁଆମୀ ସ୍ୱଭାବ ଲାଗି ରହିବ। ସେଥିପାଇଁ ଯେତିକି ଭୋକ ହେବ ସେତିକି ହିଁ ବ୍ରେକଫାଷ୍ଟ କରନ୍ତୁ। 

ପ୍ରଥମରୁ ପ୍ରସ୍ତୁତ କରନ୍ତୁ – ସକାଳ ସମୟରେ ଖୁବ୍‌ ଧାଁ ଦୌଡ଼ ଲାଗି ରହିଥାଏ। ଏଥିରେ ବ୍ରେକଫାଷ୍ଟ ପୂରା ପ୍ରସ୍ତୁତ ହୋଇପାରେ ନାହିଁ। ଏଥିରେ କିଛି ଜିନିଷକୁ ଆପଣ ପୂର୍ବରୁ ହିଁ ପ୍ରସ୍ତୁତ କରି ରଖି ପାରିବେ। ଯେମିତି ଫ୍ରୁଟ୍ସକୁ ପୂର୍ବରୁ କାଟି ରଖି ଫ୍ରିଜ୍‌ରେ ରଖି ଦିଅନ୍ତୁ ବା ଓଭରନାଇଟ୍‌ ଓଟ୍ସ ଭିଜାଇ ରଖନ୍ତୁ। ଯେଉଁଥିରେ ସକାଳ ବ୍ରେକ୍‌ଫାଷ୍ଟ ଫଟାଫଟ୍‌ ହୋଇଯିବ। ଏଥିରେ ଟାଇମ୍‌ ବଳିବ ଓ ବ୍ରେକ୍‌ଫାଷ୍ଟ ରେଡି ହୋଇଯିବ। 

ଶରୀରର ଆବଶ୍ୟକତାକୁ ବୁଝନ୍ତୁ- 

ପ୍ରତ୍ୟେକ ଲୋକଙ୍କ ଶରୀରରେ ଅଲଗା ଅଲଗା ନ୍ୟୁଟ୍ରିସନର ଅଧିକ ଆବଶ୍ୟକତା ହୋଇଥାଏ। ଏଥିପାଇଁ ନିଜର ବଡ଼ିର ଆବଶ୍ୟକତା ଅନୁସାରେ ହିଁ ବ୍ରେକଫାଷ୍ଟ ଖାଆନ୍ତୁ। କିଛି ଲୋକଙ୍କୁ ସକାଳେ ଅଧିକ ମାତ୍ରାରେ ଫାଇବର ଯୁକ୍ତ ଖାଦ୍ୟ ଖାଇବାରେ ଡାଇଜେସନ ସହ ଜଡ଼ିତ ସମସ୍ୟା ହୋଇପାରେ। ଏଥିରେ କିଛି ଦିନ ଅଦଳବଦଳ କରି ବ୍ରେକ୍‌ ଫାଷ୍ଟ ଖାଆନ୍ତୁ। ଯେଉଁଥିରେ ଆପଣଙ୍କୁ ଜଣାପଡ଼ି ଯିବକି କେଉଁ ବ୍ରେକ୍‌ଫାଷ୍ଟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ସାରାଦିନ ଆପଣଙ୍କୁ ଏନର୍ଜି ଦେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.