ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ରାମ ମନ୍ଦିର ନିର୍ମାଣ କରୁଛନ୍ତି ମୁସଲମାନ୍ କାରିଗର, ଇତିହାସ ୨୦୦ ବର୍ଷ ପୁରୁଣା

ଇସଲାମାବାଦ, ୨୭/୦୨: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ୍ ହୋଇଥିଲା । ଏହା ପରେ ୟୁଏଇର ଆବୁଧାବିରେ ଏକ ବିଶାଳ ହିନ୍ଦୁ ମନ୍ଦିର ନିର୍ମାଣ ହୋଇଥିଲା । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନରେ ଏକ ରାମ ମନ୍ଦିର ନିର୍ମାଣ ଜାରି ରହିଛି ।

ଯଦିଓ ଏହି ମନ୍ଦିର ଅଯୋଧ୍ୟା କିମ୍ବା ଆବୁଧାବି ଭଳି ବଡ଼ ନୁହେଁ ତଥାପି ସେଠାକାର ଅଳ୍ପସଂଖ୍ୟକ ହିନ୍ଦୁ ଜନସଂଖ୍ୟା ପାଇଁ ବେଶ୍ ମହତ୍ତ୍ୱ ରଖୁଛି । ପାକିସ୍ତାନର ଡେରା ରହିମ୍ ୟାନ ଖାନରେ ରହୁଥିବା ମାଖନ ରାମ ଜୟପାଲ ତାଙ୍କ ୟୁଟ୍ୟୁବ ଆକାଉଣ୍ଟରେ ମନ୍ଦିରର ଭିଡିଓ ପୋଷ୍ଟ କରିବା ସହ ମନ୍ଦିରେ ବାବଦରେ ସୂଚନା ଦେଇଛନ୍ତି ।

ମାଖନ ରାମଙ୍କ ଅନୁସାରେ, ସିନ୍ଧ ପ୍ରଦେଶର ଇସ୍ଲାମକୋଟରେ ପ୍ରାୟ ୨୦୦ ବର୍ଷର ପୁରୁଣା ମନ୍ଦିର ରହିଛି । ସ୍ଥାନୀୟ ଅଞ୍ଚଳରେ ରହୁଥିବା ହିନ୍ଦୁ ଧର୍ମାବଲମ୍ବୀ ସେଠାକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ, ତାହା ହେଉଛି ପାକିସ୍ତାନର ଏକମାତ୍ର ହିନ୍ଦୁ ମନ୍ଦିର, ଯେଉଁଠି ପୂଜା କରାଯାଏ ।

ଉକ୍ତ ମନ୍ଦିରର କୋଠା ବହୁତ ପୁରୁଣା ହୋଇଥିବା ବେଳେ ସେଥିରେ ଫାଟ ସୃଷ୍ଟି ହେଲାଣି । ତେଣୁ ଉକ୍ତ ମନ୍ଦିର ବରାବର ଆଉ ଏକ ନୂଆ ମନ୍ଦିର ନିର୍ମାଣ କରାଯାଉଛି । ନୂଆ ମନ୍ଦିରକୁ ବାବର ଓ ଜୁଲ୍ଫିକାର ନାମକ ଦୁଇ ମୁସଲିମ୍ ଯୁବକ ନିର୍ମାଣ କରୁଛନ୍ତି ।

ମାଖନଙ୍କ ଅନୁସାରେ, ମନ୍ଦିର ନିର୍ମାଣ କରୁଥିବା କାରିଗରଙ୍କ ସହ ଅନ୍ୟ ଶ୍ରମିକ ମଧ୍ୟ ମୁସଲମାନ । ସେମାନଙ୍କ ଆଶା ଆଗାମୀ ୬ ମାସ ମନ୍ଦିର ନିର୍ମାଣ ସରିଯିବ । ଏହା ପରେ ପୁରୁଣା ମନ୍ଦିରରେ ଥିବା ମୂର୍ତ୍ତିକୁ ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ନୂଆ ମନ୍ଦିରରେ ବିରାଜମାନ କରାଯିବ । ଉକ୍ତ ମନ୍ଦିରରେ ଭଗବାନ ରାମ, ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ସହ ଭଗବାନ ଶିବଙ୍କ ପ୍ରତିମା ପୂଜା ପାଉଛନ୍ତି ।

ମନ୍ଦିର ନିର୍ମାଣ କରୁଥିବା ବାବର କହିଛନ୍ତି, ସେ ପୂର୍ବରୁ ସନ୍ଥ ନେନୁରାମ ଆଶ୍ରମ ନିର୍ମାଣ କରି ସାରିଛନ୍ତି । ଉକ୍ତ ଆଶ୍ରମ ୧୦ ଏକର ଜମିରେ ରହିଛି । ଯେଉଁଥିରେ ମନ୍ଦିର ସହ ବିଶ୍ରାମ କକ୍ଷ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.