ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରଧାନମନ୍ତ୍ରୀ ଅନ୍ନଦାତାଙ୍କ କଲ୍ୟାଣ ସହ ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୪।୨ : ମୋଦି ସରକାର ଅନ୍ନଦାତାଙ୍କ କଲ୍ୟାଣ ସହ ସୁରକ୍ଷାର ବଡ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି ରବିବାର ସମ୍ବଲପୁର ଚଷା ସମାଜର ୧୭ ତମ ବାର୍ଷିକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଚଷା ସମାଜର ପାରିବାରକ ବନ୍ଧୁମିଳନରେ ସାମିଲ ହେବା ମୋ ପାଇଁ ବିଶେଷ ଅବସର। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଭାଇଙ୍କ ସମେତ ସମାଜ ପାଇଁ ଭଲ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ବନ୍ଧୁମାନଙ୍କୁ ସମ୍ମାନିତ କରିବାର ପରମ୍ପରା ପ୍ରଶଂସନୀୟ।  ମୋଦି ସରକାର ଅନ୍ନଦାତାଙ୍କ କଲ୍ୟାଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଗ୍ୟାରେଣ୍ଟି ଦେଇଛନ୍ତି। 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜି ଦେଶର ମହିଳା ସଶକ୍ତୀକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକଙ୍କ ଗ୍ୟାରେଣ୍ଟି ହୋଇଛି।  ମୋଦି ସରକାରରେ ଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ହାର କ୍ରମାଗତ ଭାବେ ବୃଦ୍ଧି ପାଇଛି। ମହିଳା ରାଜନୈତିକ ଅଧିକାରକୁ ଆଗକୁ ନେବା ପାଇଁ ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସରକ୍ଷଣ ଦେବାର ଯୋଜନା ହୋଇଛି।  ସମାଜରେ ମହିଳା ଭାଗିଦାରୀ ଯେତେ ବଢିବ, ସମାଜ ସେତେ ସଶକ୍ତ ହେବ। ସମାଜକୁ ଅଧିକ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।

ଆହୁରି ପଢନ୍ତୁ : କ୍ରୀଡ଼ା ମାନଚ୍ଚିତ୍ରରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଲେ ‌ ଧର୍ମେନ୍ଦ୍ର ପ୍ରଧାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.