ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଖୁବ୍‌ଶୀଘ୍ର ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଡିପିଆର୍‌, ୩୩ କିଲୋମିଟର ପାଇଁ ଖର୍ଚ୍ଚ ହେବ ୭୨୬ କୋଟି

ଭୁବନେଶ୍ୱର,୦୯/୦୯: ଶୀଘ୍ର ଆସିବ ପୂରୀ-କୋଣାର୍କ ରେଳ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର୍‌ । ଏହି ପ୍ରକଳ୍ପ ପାଇଁ କ୍ଷେତ୍ର ଯାଞ୍ଚ ବା ଫିଲ୍ଡ୍‌ ସର୍ଭେ ଶେଷ ହୋଇଛି । ଡିପିଆର୍‌ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ବୋଲି ପୂର୍ବତଟ ରେଳପଥର ଜୋନାଲ୍‌ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ଜେଡ୍‌ଆରୟୁସିସି) ବୈଠକରେ ସୂଚନା ଦିଆଯାଇଛି । 

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ରେଳ ସଦନରେ ଅନୁଷ୍ଠିତ ବୈଠକରେ ଦିଆଯାଇଥିବା ତଥ୍ୟରେ ଏହା ଉଲ୍ଲେଖ  କରାଯାଇଛି । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ କୁହାଯାଇଛି ଯେ, ପୁରୀ-କୋଣାର୍କ ରେଳ ଲାଇନ୍‌ ସାତପଡା ଦେଇ ଯିବାକୁ ପୂର୍ବରୁ ପ୍ରସ୍ତାବ ରହିଥିଲା । ଯାହାର ଚୂଡାନ୍ତ ଲୋକେସନ୍‌ ସର୍ଭେ କରିବା ପାଇଁ ୨୦୨୧ ମସିହା ଅଗଷ୍ଟ ୨୨ ତାରିଖରେ ରେଳ ବୋର୍ଡ ଅନୁମୋଦନ କରିଥିଲା । 

ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଲୋକସଭାରେ ଦେଇଥିବା ସୂଚନା ଅନୁସାରେ ପୁରୀ-କୋଣାର୍କ ୩୩ କିଲୋମିଟର ନୂଆ ରେଳ ଲାଇନ୍‌ ପାଇଁ ସର୍ଭେ ସରିଛି । ଏହି ପ୍ରକଳ୍ପ ପାଇଁ ପାଖାପାଖି ୭୨୫.୭୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ୨୦୧୭ ଏପ୍ରିଲ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ଦେବାକୁ ପ୍ରସ୍ତାବ ଦେଇଥିଲେ । ପର୍ଯ୍ୟଟନର ବିକାଶ ପାଇଁ ଏହି ପ୍ରକଳ୍ପର ଆବଶ୍ୟକ ଥିବା କହିଥିଲେ । ତେବେ ରେଳମନ୍ତ୍ରୀ ଏହି ପ୍ରକଳ୍ପ ଫଳରେ ଆର୍ଥିକ ଭାବେ କିଭଳି ଲାଭ ହେବ ତାହା ମଧ୍ୟ ଲୋକସଭାରେ ଉଲ୍ଲେଖ କରିଥିଲେ । ୨୦୧୭ରେ ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତାବିତ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ପାଇଁ ପ୍ରାଥମିକ ଇଞ୍ଜିନିୟରିଂ ଓ ଟ୍ରାଫିକ୍‌ ସର୍ଭେ ହୋଇଥିଲା । ରାମଚଣ୍ଡୀ ଦେଇ ଯିବାର ଯୋଜନା ରହିଥିଲା । ଯାହାକୁ ଜଙ୍ଗଲ ବିଭାଗ ବାରଣ କରିଥିଲା ।

Copyright © 2022 - Summa Real Media Private Limited. All Rights Reserved.