ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ମଦ ଛାଡ଼ିବା କ୍ଷଣି କମିଯାଏ କ୍ୟାନ୍ସର କାରକ ପ୍ରୋଟିନ୍‌, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୧୩/୦୯: ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ବୋଲି ସଭିଏ ଜାଣନ୍ତି । ଏଥିଯୋଗୁ ଲିଭର ଖରାପ ହେବା ସହ ରକ୍ତଚାପ ବଢ଼ିଥାଏ । ଏପରିକି କ୍ୟାନ୍‌ସର ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ । କିନ୍ତୁ ମଦ୍ୟପାନ ଛାଡ଼ିବା ଦ୍ୱାରା ଶରୀରରେ କ’ଣ ଘଟିଥାଏ କିପରି ପରିବର୍ତ୍ତନ ଆସିଥାଏ ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ ।  ଡାକ୍ତର ବିଶେଷଜ୍ଞଙ୍କ କହିବା ଅନୁସାରେ, ମଦ୍ୟପାନ ଛାଡ଼ିବା ପରେ ରକ୍ତଚାପ ୬% ଏବଂ ଓଜନ ଦେଢ଼ କେଜି ପର୍ଯ୍ୟନ୍ତ କମିଯାଏ । ଏଥିସହ ଡାଇବେଟିସ୍‌ର ଆଶଙ୍କା୨୬% ହ୍ରାସ ପାଇଥାଏ । ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି କୌଣସି କାମରେ ଅଧିକ ସମୟ ଧ୍ୟାନ କେନ୍ଦ୍ରୀଭୂତ କରିପାରିଥାନ୍ତି ଏବଂ ଗଭୀର ନିଦ ମଧ୍ୟ ଆସିଥାଏ  ।

ଲାଇଭ୍‌ ସାଇନ୍ସର ରିପୋର୍ଟ ଅନୁସାରେ, ମଦ୍ୟପାନ ବନ୍ଦକରିଦେବା ପରେ କ୍ୟାନ୍‌ସର ପାଇଁ ଦାୟୀ ଏକ ପ୍ରୋଟିନ୍‌ଏପିଡର୍ମାଲ ଗ୍ରୋଥ୍‌ ଫ୍ୟାକ୍ଟର (ଇଜିଏଫ୍‌)ସ୍ତର ୭୩% ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଏଥିସହ ଭାସ୍କୁଲାର ଏଣ୍ଡୋଥେଲିୟଲ ଗ୍ରୋଥ୍‌ ଫ୍ୟାକ୍ଟର (ଭିଇଜିଏଫ୍‌) ସ୍ତର ୪୧% ପର୍ଯ୍ୟନ୍ତ କମିଥାଏ । ଡା. କେଭିନ୍‌ ମୁର୍‌ଙ୍କ କହିବା ଅନୁସାରେ, ୪୫ ବର୍ଷ ବୟସର ୯୪ ଜଣଙ୍କ ମଦ୍ୟପାନ ଅଭ୍ୟାସ ଉପରେ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା, ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସ୍ନାୟୁତନ୍ତ୍ରକୁ ନିଶାର ଏପରି ଅଭ୍ୟାସ ହୋଇଯାଏ ଯେ ହଠାତ ମଦ ସେବନ କରିବା ବନ୍ଦ କରିଦେଲେ ମସ୍ତିଷ୍କ ହାଇପର ଆକ୍ଟିଭ୍‌ ହୋଇଯାଏ । ଏଥିରେ ଲୋକଙ୍କୁ ଆଙ୍ଗ୍‌ଜାଇଟି ବା ଅସ୍ଥିରତା ଅନୁଭବ ହୋଇଥାଏ । ନିଦ ଠିକ୍‌ ଭାବେ ହୁଏନାହିଁ, ଚିଡ଼ିଚିଡ଼ାପଣ ଏବଂ ହାଲ୍ୟୁସିନେସନ ଅନୁଭବ ହୁଏ । ଏଥିରୁ ମୃତ୍ୟୁ ଆଶଙ୍କା ମଧ୍ୟ ବଢ଼ିଯାଏ ।

ମେଡିକାଲ ଜର୍ନାଲ ଦ ଲାନ୍‌ସେଟ୍‌ରେ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ ଅନୁସାରେ, ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଯୁବାବସ୍ଥାରେ ମଦ୍ୟପାନ କରିବା ଅଧିକ ବିପଜ୍ଜନକ । ଅର୍ଥାତ ଯୁବାବସ୍ଥାରେ ମଦ୍ୟପାନ ଶରୀରର ଅଧିକ କ୍ଷତି କରିଥାଏ । ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ ପକ୍ଷରୁ ଭୌଗଳିକ କ୍ଷେତ୍ର, ଲିଙ୍ଗ ଆଧାରରେ ୨୦୪ ଦେଶରେ ମଦ୍ୟପାନ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଏଥିରେ କୁହାଯାଇଛି ଯେ, ୧୫ରୁ ୩୯ ବର୍ଷ ବୟସ ବର୍ଗର ଲୋକଙ୍କ ଉପରେ ମଦ୍ୟପାନର ଅଧିକ କୁପ୍ରଭାବ ପଡ଼ିଥାଏ । ୨୦୨୦ରେ ସବୁଠୁ ଅଧିକ ମାତ୍ରାରେ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ୫୯% ୧୫ରୁ ୩୯ ବର୍ଷ ବୟସର ଥିଲେ । ସେମାନଙ୍କ ମଧ୍ୟରେ ୭୬.୭% ହେଉଛନ୍ତି ପୁରୁଷ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବକ, ୨୦୨୦ରେ ଆସିଥିବା ମୋଟ କ୍ୟାନ୍‌ସର ମାମଲାରେ ୭ ଲକ୍ଷ ୪୧ ହଜାର ୩୦୦ ଜଣ ବା ୪%ଙ୍କୁ ମଦ୍ୟପାନ ଯୋଗୁ କ୍ୟାନ୍‌ସର ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.