ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହିନ୍ଦୀ ଫିଲ୍ମ ଆଡ଼କୁ ଢଳୁଛନ୍ତି ରାଶି ଖାନ୍ନା, ଶାହିଦଙ୍କ ପରେ ଏବେ ବିକ୍ରାନ୍ତ ମେସିଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ମୁମ୍ବାଇ ୨୮/୧୧: ୨୦୧୩ ମସିହାରେ ମୁକ୍ତିପ୍ରାପ୍ତ ହିନ୍ଦୀ ଫିଲ୍ମ ‘ମାଡ୍ରାସ କାଫେ’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ ରାଶି ଖାନ୍ନା । ଏହା ପରେ ତେଲୁଗୁ, ତାମିଲ ଓ ମାଲାୟାଲମ୍‌ ଫିଲ୍ମରେ ସେ ନଜର ଆସିଲେ । ସାଉଥ୍‌ ସିନେ ଇଣ୍ଡଷ୍ଟ୍ରିରେ ଆଗଧାଡ଼ି ନାୟିକାର ପରିଚୟ ପାଇଥିବା ରାଶି ଏବେ ପୁଣି ହିନ୍ଦୀ ଫିଲ୍ମ ଆଡ଼କୁ ଢଳିଛନ୍ତି । ନିକଟରେ ସେ ରାଜ୍‌ ନିଦିମୋରୁ ଓ କ୍ରୀଷ୍ଣା ଡିକେଙ୍କ ଫିଲ୍ମ ‘ଫର୍ଜି’ରେ ଶାହିଦ କପୁରଙ୍କ ସହ ନଜର ଆସିଥିଲେ । ଏବେ ଆଉ ଏକ ହିନ୍ଦୀ ଫିଲ୍ମର ସୁଟିଂ ଶେଷ କରିଛନ୍ତି ବୋଲି ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି । 




ଫିଲ୍ମଟି ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବହନ କରେ ବୋଲି ରାଶି କହିଛନ୍ତି । ଫିଲ୍ମର ଟାଇଟଲ୍‌ ଅଦ୍ୟାବଧି ଘୋଷଣା ହୋଇନାହିଁ । ଏଥିରେ ସେ ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ନଜର ଆସିବେ । ପ୍ରୋଜେକ୍ଟରେ ବିକ୍ରାନ୍ତଙ୍କଠାରୁ ଖୁବ୍‌ ସମର୍ଥନ ପାଇଥିବା କଥା ସେ ଉଲ୍ଲେଖ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବୋଧୟାନ ରୟ ଚୌଧୁରୀ । କରଣ ଜୋହରଙ୍କ ଫିଲ୍ମ ‘ଯୋଦ୍ଧା’ରେ ରାଶି ନଜର ଆସିବେ । ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଓ ଦିଶା ପଟାନିଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ । ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚ ୧୫ ତାରିଖରେ ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.