ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୪୭ କୋଟି ଟଙ୍କାରେ ନିର୍ମାଣ ଚାଲିଛି ରେତ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ, ଏପ୍ରିଲ ଶେଷ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ

କେସିଙ୍ଗା,୧୩/୨: ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ ଗ୍ରାମ ନିକଟରେ ଥିବା ରେତ ନଦୀରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କାମ ଚାଲିଛି। କଳାହାଣ୍ଡି ଜଳସେଚନ ବିଭାଜନ, ଭବାନୀପାଟଣା ତତ୍ବାବଧାନରେ ୪୭ କୋଟି ଟଙ୍କା ଅନୁଦାନ ବ୍ୟୟରେ ଗତ ୨୦୨୧ ଡିସେମ୍ବର ମାସରୁ ପ୍ରକଳ୍ପର ନିର୍ମାଣ କାମ ଚାଲିଛି।  ଚଳିତ ବର୍ଷ ଜୁନ୍ ୨୦୨୪ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାମ ୭୫ ପ୍ରତିଶତ ଶେଷ ହୋଇଛି।ସିଭିଲ କାମ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇପାରିଥିବାରୁ ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ପ୍ରକଳ୍ପର ସମ୍ପୁର୍ଣ୍ଣ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ବିଭାଗୀୟ ଏସଡିଓ ତାରାପ୍ରସାଦ ନାଏକ ପ୍ରକାଶ ସୂଚନା ଦେଇଛନ୍ତି। 

ଶ୍ରୀ ନାଏକଙ୍କ କହିବା ଅନୁସାରେ ପ୍ରକଳ୍ପର ୮ ଗୋଟି ଫେବ୍ରିକେଶନ ମଧ୍ୟରୁ ୭ ଗୋଟି ର ଗେଟ୍ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ନଦୀର ଦୁଇ ପାର୍ଶ୍ବରେ ପଥର ପେଚିଙ୍ଗ ଓ ମେକାନିକାଲ କାମ ବାକି ରହିଛି। ଯଥାଶୀଘ୍ର କିପରି ସମ୍ପୂର୍ଣ୍ଣ ହୋଇପାରିବ ସେ ନେଇ ଦ୍ରୁତ ଗତିରେ କାମ ଚାଲିଛି ବୋଲି କହିଛନ୍ତି । ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ମାଣକାରୀ ସଂସ୍ଥା ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବ ଏବଂ ସେଥିପାଇଁ ଅତିରିକ୍ତ ଆହୁରି ୧ କୋଟି ଟଙ୍କା ରଖାଯାଇଥିବା ନେଇ ଜଳ ସମ୍ପଦ ବିଭାଗରୁ ଜଣାପଡିଛି ।

 ସୂଚନାଯୋଗ୍ୟ ଯେ, ରେତ ନଦୀରେ ଚାଲିଥିବା ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଦ୍ୱାରା ଭୁତଳ ଜଳସ୍ତର ବୃଦ୍ଧି ପାଇବା ସହିତ ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଏକ ଇନଟେକ ପାଇଁ ସୁବିଧା ହୋଇପାରିବ । ଯାହାକି ଉକ୍ତ ପ୍ରକଳ୍ପରେ ୪.୮ ମିଟର ଜଳ ସଂରକ୍ଷଣ ହୋଇ ରହିପାରିବ ବୋଲି ଜଣାପଡିଛି। ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଇଁ ବର୍ତ୍ତମାନ ଯେଉଁ ଅସୁବିଧା ରହିଛି ତାହାର ସମାଧାନ ଉଦ୍ଦେଶ୍ୟରେ ରେତ ନଦୀରେ ଅନ୍ତ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ କରାଯାଇଥିବା ଜଣାଯାଇଛି । 

ତତ୍ ସହିତ ଭବିଷ୍ୟତରେ ଲୋକମାନଙ୍କ ପାନୀୟ ଜଳର ସୁବିଧା ପାଇଁ ମଧ୍ୟ ଉକ୍ତ ପ୍ରକଳ୍ପରୁ ବ୍ୟବସ୍ଥା ହୋଇପାରିବ ଏବଂ କର୍ଲାଭାଡି,ଲଇତରା, ଜୋଲକୋ,ବୋରିଆ,କିକିଆ,ଦେଣ୍ଡୋଗୁଡା ଗ୍ରାମ ଉପକୃତ ହେବା ସହିତ ଚାଷୀ ମାନଙ୍କ ସୁବିଧା ହୋଇପାରିବ ବୋଲି ବିଭାଗ ତରଫରୁ ଲକ୍ଷ୍ୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.