ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ; ଆଗାମୀ ୧୦ ବର୍ଷରେ ୫୦ ହଜାରରୁ ଅଧିକ ମେଧାବୀଙ୍କୁ ସ୍କଲାରସିପ୍‌ ଦେବା ଲକ୍ଷ୍ୟ

  • ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଓଡ଼ିଶାରୁ ୧୨୧ ଛାତ୍ରଛାତ୍ରୀଙ୍କୁ ଚୟନ
  • ସାରା ଭାରତରୁ ୫୦୦୦ରୁ ଅଧିକ ଶିକ୍ଷାନୁଷ୍ଠାନରୁ ୫୮,୦୦୦ରୁ ଅଧିକ ଆବେଦନ
  • ଯୋଗ୍ୟତା ଏବଂ ସାଧନର ଉପଲବ୍ଧତା (ମେରିଟ୍‌‌-କମ୍‌‌-ମିନ୍‌‌ସ) ଭିତ୍ତିରେ ବିଭିନ୍ନ ଶୃଙ୍ଖଳା ପାଇଁ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ଚୟନ

ଭୁବନେଶ୍ୱର,୧୦/୨୪: ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଦେଶବ୍ୟାପୀ ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ଶିକ୍ଷାବୃତ୍ତିର ଫଳାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ପାଇଁ ଭାରତର ଅନ୍ୟତମ ବୃହତ୍ତମ, ଅନ୍ତର୍ଭୁକ୍ତୀକରଣ ସମ୍ପନ୍ନ ଏବଂ ବିବିଧ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଭାବେ ପରିଚିତ ଏହି ଶିକ୍ଷାବୃତ୍ତିରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ଏବଂ ସେମାନେ ଏକ ଦୃଢ଼ ଆଲୁମିନି ନେଟ୍‌‌ୱର୍କର ଅଂଶ ହେବାର ସୁଯୋଗ ପାଇପାରିବେ। ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।

ଭାରତର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପଢୁଥିବା ୫୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିଥିଲେ। ଏକ ଶୃଙ୍ଖଳିତ ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ (ମେରିଟ୍‌‌-କମ୍‌‌-ମିନ୍ସ ) ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ୫୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଆପ୍‌‌ଟିଚ୍ୟୁଡ୍ ପରୀକ୍ଷାରେ ପ୍ରଦର୍ଶନ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ଘରୋଇ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି। ଛାତ୍ରଛାତ୍ରୀ ନିଜ ଆବେଦନର ଫଳାଫଳ ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.reliancefoundation.org ରୁ ଜାଣିପାରିବେ।

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଅଧ୍ୟୟନ ଧାରାରେ ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟକୁ ଉନ୍ନତ କରିବା ସହିତ ଭାରତର ଭବିଷ୍ୟତର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ କରିବେ। ଯୋଗ୍ୟତା ଏବଂ ସାଧନର ଉପଲବ୍ଧତା (ମେରିଟ୍ କମ୍ ମିନ୍‌‌ସ) ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଛି ଏବଂ ଏହି ଶିକ୍ଷାବୃତ୍ତି ସେମାନଙ୍କୁ ବିନା ଆର୍ଥିକ ବୋଝରେ ନିଜ ସ୍ନାତକ ପାଠପଢ଼ା ଜାରି ରଖିବାରେ ସକ୍ଷମ କରୁଛି ।

ଶିକ୍ଷା, ଉତ୍କର୍ଷତା ଏବଂ ଉଦ୍ଭାବନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଛାତ୍ରଛାତ୍ରୀମାନଙ୍କ ଏକ ଶକ୍ତିଶାଳୀ, ବିବିଧ, ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ ଗୋଷ୍ଠୀ ଚୟନ ସୁନିଶ୍ଚିତ କରିବା ସହ ଯୁବକଯୁବତୀମାନଙ୍କ ସାମର୍ଥ୍ୟକୁ ଉନ୍ମୋଚିତ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ଯାହା ଦେଶକୁ ସଫଳତାର ଶିଖରରେ ପହଞ୍ଚାଇବାରେ ସହାୟକ ହେବ । ବର୍ତମାନ ସୁଦ୍ଧା ୨୩,୧୩୬ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଥିବା ବେଳେ ସେଥି ମଧ୍ୟରେ ୪୮ ପ୍ରତିଶତ ବାଳିକା ଓ ୩୦୦୧ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ରହିଛନ୍ତି ।


ବାଣିଜ୍ୟ, କଳା, ବ୍ୟବସାୟ/ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍‌‌, ବିଜ୍ଞାନ, ଭେଷଜ, ଆଇନ, ଶିକ୍ଷା, ଆତିଥ୍ୟ, ସ୍ଥାପତ୍ୟ, ଇଞ୍ଜିନିୟରିଂ/ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ୟୁଜି ଡିଗ୍ରି ସମେତ ସମସ୍ତ ବିଷୟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷ ଏଥିରେ ସାମିଲ କରାଯାଇଛି । ରିଲାଏନ୍ସ ୧୯୯୬ ମସିହାରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରୁଛି । ଡିସେମ୍ବର ୨୦୨୨ରେ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଆଗାମୀ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଶିକ୍ଷାବୃତ୍ତି ପ୍ରଦାନ କରିବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍‌‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଘୋଷଣା କରିଥିଲେ । ୨୦୨୩-୨୪ ଶିକ୍ଷାବୃତ୍ତି ପାଇଁ ଚୟନ ହୋଇଥିବା ୫୦୦୦ ମେଧାବୀଙ୍କ ବିଷୟରେ ଏହି ଘୋଷଣା ଶିକ୍ଷା ଏବଂ ଭାରତର ଭବିଷ୍ୟତ ନିର୍ମାଣ ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପ୍ରତି ରିଲାଏନ୍ସର ରହିଥିବା ପ୍ରତିବଦ୍ଧତାର ପରିଚାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.