ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

କେବେ ପୂରଣ କରିବେ ଶହେ ଶତକ ? ବିରାଟ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ୱାଇ : ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର ୮୦ତମ ଇଣ୍ଟରନ୍ୟାସନାଲ ଶତକ ପୂରା ହୋଇ ସାରିଛି ଏବଂ ସେ ଶହେ ଶତକରୁ ଏବେ ୨୦ ପାଦ ଦୂରରେ। ବିରାଟ କୋହଲିଙ୍କୁ ଏବେ ୩୫ ବର୍ଷ ବୟସ ଏବଂ ତାଙ୍କର ଫିଟନେସ୍‌କୁ ଦେଖି ଲାଗୁଛି କି , ସେ ଏବେ ଅତି କମ୍‌ରେ ଆଉ ୪ବର୍ଷ ଖେଳି ପାରିବେ। ଆଇସିସି ବିଶ୍ୱକପ୍‌ ୨୦୨୩ର ସେମି ଫାଇନାଲ ମୁକାବିଲାରେ ବିରାଟ ୫୦ତମ ୱାନଡେ ଶତକ କରିଛନ୍ତି , ୱାନଡେ ଇଣ୍ଟରନ୍ୟାସନାଲରେ ଏବେ ସବୁଠୁ ଅଧିକା ଶତକ ବିରାଟଙ୍କ ନାମରେ ରହିଛି, ସେ ସଚିନ ତେନ୍ଦୁଲକରଙ୍କୁ ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି।  

ସେଦିନର ଯୁବ ଖେଳାଳି ଆଜି ‘ବିରାଟ’ ପ୍ଲେୟର…କୋହଲିଙ୍କ ରେକର୍ଡ ବ୍ରେକ୍‌ ଶତକ ପରେ ଚର୍ଚ୍ଚାରେ ସଚିନଙ୍କ ପ୍ରତିକ୍ରିୟା

ବିରାଟଙ୍କ ଅଧିନାୟକତ୍ୱ ସମୟରେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରହିଥିବା ରବି ଶାସ୍ତ୍ରୀ କହିଛନ୍ତି କି, ବିରାଟଙ୍କ ଭିତରେ ସେହି ଦକ୍ଷତା  ଓ କ୍ଷମତା ରହିଛି କି, ସେ ସଚିନ୍‌ଙ୍କ ୧୦୦ ଇଣ୍ଟରନ୍ୟାସନାଲ ଶତକର ରେକର୍ଡ ଭାଙ୍ଗି ପାରନ୍ତି। କୋହଲିଙ୍କ ନାମ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ରେ ୮୦( ୱାନଡେରେ ୫୦ , ଟେଷ୍ଟରେ ୨୯ ଓ ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ) ଶତକ ରହିଛି। ସେ ତେନ୍ଦୁଲକରଙ୍କ (ଟେଷ୍ଟରେ ୫୧ ଦିନିକିଆରେ ୪୯) ରେକର୍ଡ ଠାରୁ ୨୦ ଶତକ ପଛରେ। 

ଦ ଆଇସିସି ରିଭ୍ୟୁରେ ଶାସ୍ତ୍ରୀ କହିଛନ୍ତି , ଯେବେ ସଚିନ୍‌ ତେନ୍ଦୁଲକର ୧୦୦ ଶତକ କରିଥିଲେ ତ କିଏ ଭାବିଥିବ କି କେହି ଏତେ ଶୀଘ୍ର ତାଙ୍କର ନିକଟତର ହୋଇ ପାରିବ ? କୋହଲି କିନ୍ତୁ ୮୦ ଶତକ କରି ପାରିଛନ୍ତି। ଏଥିରେ ୫୦ ଶତକ ଦିନିକିଆରୁ ଆସିଛି। ଭାରତର ଏହି ପୂର୍ବତନ ଷ୍ଟାର କହିଛନ୍ତି, କିଛି ବି ଅସମ୍ଭବ ନୁହେଁ ,କାରଣ ଏମିତି ଖେଳାଳି ଯେବେ ଶତକ କରିବାର ଚେଷ୍ଟାରେ ଥାଆନ୍ତି ତ ସେ ଖୁବ୍‌ ଜୋରରେ ଶତର ହାସଲ କରି ନିଅନ୍ତି। ତାଙ୍କର ଆଗାମୀ ୧୦ଟି ପାଳିରେ ଆପଣଙ୍କୁ ଆଉ ୫ଟି ଶତକ ଦେଖିବାକୁ ମିଳିପାରେ। 

ଭାରତର ବିଶାଳ ବିଜୟରେ ବିଚଳିତ ପାକିସ୍ତାନୀ, ରୋହିତ ଶର୍ମାଙ୍କ ଉପରେ ଆଣିଲେ ଏଭଳି ଅଭିଯୋଗ

ଶାସ୍ତ୍ରୀ କହିଛନ୍ତି , ଆପଣଙ୍କ ପାଖରେ ୩ଟି ଫର୍ମାଟ ଅଛି ଏବଂ ସେ ଏହି ସବୁ ଫର୍ମାଟରେ ଖେଳୁଛନ୍ତି। ସେ ଏବେ ବି ୩-୪ ବର୍ଷ ଯାଏ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳି ପାରିବେ। ଶାସ୍ତ୍ରୀ ମଧ୍ୟ କୋହଲିଙ୍କ ଚାପ ମୁକ୍ତ କରିବାର କ୍ଷମତାରେ ଆଶ୍ଚର୍ଯ୍ୟଚକିତ। ସେ କହିଛନ୍ତି , ମୋତେ ଲାଗୁଛି କି, ତାଙ୍କର ସଂଯମ , ତାଙ୍କର ଶାରୀରିକ ହାବଭାବ, କ୍ରିଜ୍‌ରେ ତାଙ୍କର ଧୈର୍ଯ୍ୟ ( ଏହି ବିଶ୍ୱକପ୍‌ରେ) । ମୁଁ ତାଙ୍କୁ ଗତ ବିଶ୍ୱକପ୍‌ରେ ଦେଖିଛି କି , ସେ ଖୁବ୍ ନର୍ଭସ ନଜର ଆସୁଥିଲେ। 

Copyright © 2022 - Summa Real Media Private Limited. All Rights Reserved.