ପାଟଣା, ୩୦/୦୧ : ଶୋଇବା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଣ୍ଡରା ଗ୍ରାମରେ ଏଭଳି ଅଭାବନିୟ ଘଟଣା ଘଟିଛି। ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ପାଟଣା ଥାନା ତେଣ୍ଡରା ଗ୍ରାମର ଜଣେ କଲେଜ ଛାତ୍ରୀ ସୋମବାର ରାତିରେ ନିଜ ଭଉଣୀ ସହିତ ଶୋଇଥିଲେ। ଆଜି ସକାଳୁ ଶୋଇବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।