ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି, ୧୦ ମହିଳା ଶ୍ରମିକ ଆହତ

ସମ୍ବଲପୁର, ୦୮/୦୨ : ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି। ଜୁଜୁମୁରା ଥାନା ଅନ୍ତର୍ଗତ ଗୁଲୁମଘାଟି ଗୁଲୁମେଶ୍ଵରୀ ମନ୍ଦିର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। 

ସୂଚନା ଅନୁସାରେ, ନୂଆ ବରଙ୍ଗାମାଲ ଗ୍ରାମରୁ ଭୋଇପାଲିକୁ ୧୯ ଜଣ ମହିଳା ଶ୍ରମିକଙ୍କୁ ନେଇ ଏକ ଟାଟା ମ୍ୟାଜିକ ଗାଡି ଯାଉଥିଲା। ଏତିକି ବେଳେ ଗୁଲୁମେଶ୍ଵରୀ ମନ୍ଦିର ସମ୍ମୁଖରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୧୦ରୁ ଅଧିକ ମହିଳା ଶ୍ରମିକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସମ୍ବଲପୁର ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.