ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪ ସହପାଠୀଙ୍କୁ ଗୁଳି କରି ହତ୍ୟା, ୧୫ ବର୍ଷର ବାଳକଙ୍କୁ ଆଜୀବନ ସଜ୍ଜା ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ, ୦୯/୧୨: ଗଣହତ୍ୟାର ୨ ବର୍ଷ ପରେ ସଜ୍ଜା ମିଳିଛି । ନାବାଳକ ଏଥାନ କ୍ରୁମ୍ବଲିଙ୍କୁ ଶୁକ୍ରବାର ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ମିଚିଗାନ୍ ହାଇସ୍କୁଲର ୪ ଛାତ୍ରଙ୍କୁ ହତ୍ୟା ମାମଲାରେ କୋର୍ଟ ଏହି ସଜ୍ଜା ଶୁଣାଇଛନ୍ତି । ୨୦୨୧ ନଭେମ୍ବର ୩୦ରେ ଏଥାନଙ୍କ ବନ୍ଧୁକ ଗୁଳିରେ ହାଇସ୍କୁଲର ୪ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ ।

ସୂଚନା ଅନୁସାରେ, ଏଥାନଙ୍କ ବାପାମାଆ ତାଙ୍କୁ ଖ୍ରୀଷ୍ଟମାସ ପୂର୍ବରୁ ଉପହାରରେ ଏକ ବନ୍ଧୁକ ଦେଇଥିଲେ । ଆଉ ସେହି ବନ୍ଧୁକରେ ବିଦ୍ୟାଳୟ ପରିସରରେ ରକ୍ତର ସୁଅ ବୁହାଇଥିଲେ ୧୫ ବର୍ଷର ଏଥାନ । ଅକଲାଣ୍ଡ ସର୍କିଟ୍ ଜଜ୍ ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି ।

ଗତବର୍ଷ ଏଥାନ କ୍ରୁମ୍ବଲି ସମସ୍ତ ଦୋଷ ସ୍ୱୀକାର କରି ନେଇଥିଲେ । କହିଥିଲେ ସେ ବିଦ୍ୟାଳୟ ବାଥରୁମରୁ ବାହାରିବା ବେଳେ ଭୟଭୀତ ହୋଇ ପଡ଼ିଥିଲେ । ସେତେବେଳେ ତାଙ୍କ ଠାରେ କୌଣସି ଭାବନା ନଥିଲା । ଅକ୍ସଫୋର୍ଡ ହାଇସ୍କୁଲ୍ ପରିସରରେ ସେ ତାଙ୍କ ସେମି-ଅଟୋମେଟିକ୍ ଗନରୁ ଗୁଳି ଚଳାଇଥିଲେ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଛାତ୍ର ଓ ଜଣେ ଶିକ୍ଷକ ଆହତ ହୋଇଥିଲେ ।

ଏଥାନଙ୍କ ଅଭିଭାବକଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି । ଆମେରିକାର ଏହା ପ୍ରଥମ ମାମଲା ଯେଉଁଥିରେ ଗୁଳିକାଣ୍ଡ ପାଇଁ ପିତାମାତାଙ୍କୁ ଦାୟୀ କରାଯାଇଛି । କୋର୍ଟ ଏଥାନଙ୍କୁ ପାରୋଲରେ ଛାଡ଼ିବାକୁ ମନା କରି ଦେଇଛନ୍ତି । ଶୁଣାଣି ବେଳେ ଏଥାନ କ୍ରୁମ୍ବଲି ଭଲ ମଣିଷ ହେବାକୁ ଚେଷ୍ଟା କରିବେ ବୋଲି କୋର୍ଟରେ କାନ୍ଦି କାନ୍ଦି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.