ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ତେନ୍ତୁଳିଖୁଣ୍ଟି ବ୍ଳକ ସରପଞ୍ଚ

ତେନ୍ତୁଳିଖୁଣ୍ଟି, ୦୨/୧୧ : ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ତରଫରୁ ଶୁକ୍ରବାର ନୋଡ଼ାଲ ବାପୁଜି ହାଇସ୍କୁଲ ପଡିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆମ ଓଡ଼ିଶା ନବୀନ ଓଡ଼ିଶାର ଭିଡିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବ। ତେବେ ଏହି କାର୍ଯ୍ୟକ୍ରମକୁ ତେନ୍ତୁଳିଖୁଣ୍ଟି ବ୍ଳକର ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚମାନେ ବର୍ଜନ କରିଛନ୍ତି। ସେମାନେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। 

ରାଜ୍ୟ ସରକାରଙ୍କୁ ସରପଞ୍ଚ ସଙ୍ଘ ତରଫରୁ ୧୫ ଦଫା ଦାବି ପୂରଣ ପାଇଁ ଦାବି ଜଣେଇ ଥିଲେ। ଏହି ୧୫ ଦଫା ଦାବିରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅନୁଦାନ ପଞ୍ଚାୟତକୁ ଦେବା ପାଇଁ ଦାବି କରିଥିଲେ। ହେଲେ କୌଣସି ଦାବି ପୂରଣ ହୋଇ ନଥିବାରୁ ଆସନ୍ତାକାଲିର କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଙ୍ଘର କୋଷାଧ୍ୟକ୍ଷ ତଥା ତେନ୍ତୁଳିଖୁଣ୍ଟି ବ୍ଳକର ଦିଗି ସରପଞ୍ଚ କିଶୋର ନାୟକ, ତେନ୍ତୁଳିଖୁଣ୍ଟି ବ୍ଲକ ସରପଞ୍ଚ ସଙ୍ଘର ସଭାପତି ମନମୋହନ ଦଳପତି ଏହି କାର୍ଯ୍ୟକ୍ରମରେ ସାମିଲ ହେବୁ ନାହିଁ ବୋଲି ସୂଚନା ଦେଇଛନ୍ତି। 


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.