ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୋକାକୁଳ ପରିବେଶରେ ଶେଷ ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବଦାହ

ସାନଖେମୁଣ୍ଡି, ୨।୧୨ : ଶୋକାକୁଳ ପରିବେଶରେ ଶେଷ ହେଲା ଘଟଗାଁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବଦାହ। ଶୁକ୍ରବାର ସକାଳେ ଦୁର୍ଘଟଣାରେ ମୃତ ୮ ଜଣଙ୍କ ଶବ ପ୍ରାୟ ରାତି ଦୁଇଟା ବେଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରିରେ ପହଞ୍ଚିଥିଲା। ଚାରିଟି ସ୍ବତନ୍ତ୍ର ଆମ୍ବୁଲାନ୍ସ ରେ ଶବ ଗୁଡ଼ିକ ଆସି ପହଞ୍ଚିଥିଲା। ପୋଡ଼ାମାରିରେ ଗଜେନ୍ଦ୍ର ପ୍ରଧାନଙ୍କ ପରିବାରକୁ ଗଜେନ୍ଦ୍ରଙ୍କ ସ୍ତ୍ରୀ ମିତା ପ୍ରଧାନ, ପୁଅ ଆକାଶ ପ୍ରଧାନ, ବୋହୂ ଲିଲି ପ୍ରଧାନଙ୍କ ଶବକୁ ହସ୍ତାନ୍ତର କରାଯାଇଥିଲା। ଶବ ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସାରା ଗାଆଁ। ତିନୋଟି କୋକେଇ ସଜେଇ ହୋଇ ଶବକୁ ନିଆ ଯାଇଥିବା ବେଳେ ଗଜେନ୍ଦ୍ର ନିଜ ସ୍ତ୍ରୀ, ପୁଅ ଓ ବୋହୂଙ୍କ ଶବ ଦେଖି ନିର୍ବିକାର ହୋଇ ପଡ଼ିଥିଲେ। 

ଶ୍ମଶାନରେ ଗୋଟିଏ ଜୁଇରେ ମାଆ ଆଉ ଅନ୍ୟ ଗୋଟେ ଜୁଇରେ ପୁଅ ବୋହୂଙ୍କ ଶବ ସତ୍କାର କରାଯାଇଥିଲା। ସେହିପରି ବତାଗଡ଼ ଗାଁରେ ଗୋଟିଏ ଜୁଇରେ ବାପା ବାୟାଘନ ଗୌଡ, ଅନ୍ୟ ଏକ ଜୁଇରେ ପୁଅ ମଦନ ଗୌଡ ଓ ନାତି ରୁଦ୍ର ଗୌଡର ଶବ ସତ୍କାର କରାଯାଇଥିଲା। ବାୟା ଗୌଡଙ୍କ ଜ୍ବାଇଁ ବାବୁଲା ଗୌଡଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଦେଖାଳୀ ପଠାଯାଇଥିଲା। ସେହିଭଳି ଝିଅ ପାପିନି ଗୌଡଙ୍କ ଶବକୁ ପାଳଝାଡି ପଠା ଯାଇଥିଲା। 

ଏହି ଦୁଇ ସଙ୍ଗାତଙ୍କ ପରିବାର ଗୁରୁବାର ରାତିରେ ଗାଁରୁ ଘଟଗାଁ ତାରିଣୀ ଦର୍ଶନ ପାଇଁ ବାହାରିଥିଲେ। ଘଟଗାଁ ନିକଟରେ ଦୁର୍ଘଟଣାରେ ଆଠ ଜଣଙ୍କ ଜୀବନ ଚାଲି ଯାଇଥିଲା। କେନ୍ଦୁଝରରେ ଶବ ବ୍ୟବଚ୍ଛେଦ ପରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସରେ ଶବଗୁଡିକୁ ନିଜ ଗାଁକୁ ପଠାଇଥିଲେ। ଆମ୍ବୁଲାନ୍ସ ଆସିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ ଉପସ୍ଥିତ ରହି ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ। ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ ପରିବାର ସହିତ ଗଜେନ୍ଦ୍ରଙ୍କ ପାରିବାରିକ ସମ୍ପର୍କ ରହିଥିବା ବେଳେ ଛଅ ମାସ ବ୍ୟବଧାନରେ ଦୁଇ ଦୁଇଟି ଦୁର୍ଘଟଣା ପ୍ରଧାନ ପରିବାରକୁ ଦାରୁଣ ଆଘାତ ଦେଇଥିବା କହିଛନ୍ତି ରେଣୁବାଳା।

Also Read :-

ଟ୍ରକ୍‌କୁ ଜୋରଦାର୍ ଧକ୍କା ଦେଲା କାର୍, ଡ୍ରାଇଭର ସମେତ ୩ ମୃତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.