ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ସପିଂ ମଲ୍‌ର ପାହାଚ ତଳେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଛାତ୍ର, ହେଲେ ଏନେଇ କାହା ପାଖରେ ନଥିଲା ଖବର

Image Courtesy: hindustantimes

ବେଜିଂ: ସହରକୁ ପଢ଼ିବାକୁ ଆସିଲେ ଛାତ୍ରଛାତ୍ରୀମାନେ ଘର ଭଡ଼ା ନେଇ ରୁହନ୍ତି । ଏକଥା ସମସ୍ତଙ୍କୁ ଜଣା ଅଛି । ହେଲେ ଚୀନ୍‌ରେ ଜଣେ ଛାତ୍ର ଘର ଭଡ଼ା ନେବା ପିରିବର୍ତ୍ତେ ସପିଂ ମଲ୍‌ରେ ରହୁଥିଲେ । ସାଉଥ ଚୀନ ମର୍ଣ୍ଣି ପୋଷ୍ଟ ଅନୁସାରେ, ସେ ସପିଂ ମଲରେ ଥିବା ପାହାଚ ତଳେ ଖାଳିସ୍ଥାନରେ ରହୁଥିଲେ  । ଏକଥା ସପିଂ ମଲର ସିକ୍ୟୁରିଟି କିମ୍ବା ଅନ୍ୟ କର୍ମଚାରୀଙ୍କୁ ଜଣାନଥିଲା । ପାହାଚ ତଳେ ଛାତ୍ରଜଣଙ୍କ ରହୁଥିଲେ ସତ କିନ୍ତୁ କମ୍‌ ଜାଗାରେ ସେ ବଡ଼ ଆରାମରେ ରହୁଥିଲେ । 

କାରଣ ପ୍ରାୟ ୧୦ ବର୍ଗ ମିଟର ଅଞ୍ଚଳରେ ଏକ ଛୋଟ ଟେଣ୍ଟ କରି ସେ ରହୁଥିଲେ । ଆଉ ସେହି ଟେଣ୍ଟ ଭିତରେ ସମସ୍ତ ପ୍ରକାର ଆବଶ୍ୟକୀୟ ଜିନିଷ ସେ ରଖିଥିଲେ । ସେ ଟେଣ୍ଟରେ ଚେୟାର, ଡେସ୍କ, ଲ୍ୟାପଟପ, ଫୋନ୍‌, ଇନଭର୍ଟର ଆଦି ରଖିଥିଲେ । ଏମିତି କିଛି ମାସ ରହିବା ପରେ ତାଙ୍କ ଉପରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡ଼ିଥିଲା । 

ଛାତ୍ରଜଣଙ୍କ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ । ଏକଥା ଜାଣିବା ପରେ ଛାତ୍ରଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିନଥିଲେ ସିକ୍ୟୁରିଟି ଗାର୍ଡ ।  ସଂପୃକ୍ତ ଛାତ୍ରଙ୍କୁ ଆଉ କିଛି ଦିନ ରହି ପଢ଼ିବାକୁ ସେ ସୁଯୋଗ ଦେଇଥିଲେ । ହେଲେ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଏନେଇ ଜାଣିବା ପରେ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପରେ ପୋଲିସ ସେହି ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।  

ତେବେ ଏଭଳି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ପୋଲାଣ୍ଡରେ ଜଣେ ୨୨ ବର୍ଷୀୟ ଯୁବକ ସପିଂ ମଲରେ ଏକ ବଡ଼ କଣ୍ଡେଇ ରୂପ ଧାରଣ କରି ଛପି ରହୁଥିଲେ । ମଲ୍‌ର ପ୍ରବେଶ ଦ୍ବାରରେ ସେ ଏମିତି ଭାବେ ରହୁଥିଲେ ଯେ, କଣ୍ଢେଇ ଭିତରେ କେହି ଜଣେ ମଣିଷ ଥାଇପାରେ ବୋଲି କାହାକୁ ସନ୍ଦେହ ବି ହେଉନଥିଲା ।

ମିଆଁମାରରେ ବିବାଦ ଭିତରେ ୫୦୦୦ରୁ ଅଧିକ ଲୋକ ଭାରତ ସୀମାରେ କଲେ ପ୍ରବେଶ, ତାଙ୍କ ଭିତରେ ଅଛନ୍ତି ୩୯ ସୈନିକ

ରାତିରେ ମଲ୍‌ ବନ୍ଦ ହେବା ପରେ ସେ ରେଷ୍ଟୁରାଣ୍ଟକୁ ଯାଇ ଖାଉଥିଲେ । ଏହା ବ୍ୟତୀତ ସେ ରାତିରେ ଚୋରି କରିବାକୁ ବି ଯାଉଥିଲେ । ହେଲେ ଦିନେ ସେ କୌଣସି ଏକ ରେଷ୍ଟୁରାଣ୍ଟରେ ଖାଇ ସାରି ପୋଷାକ ପରିବର୍ତ୍ତନ କରୁଥିବା ବେଳେ ତାଙ୍କୁ ସିକ୍ୟୁରିଟି ଗାର୍ଡ ଧରିଥିଲେ । ତାଙ୍କୁ ପୋଲିସ ଗିରଫ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । 

 

  • China
  • Copyright © 2022 - Summa Real Media Private Limited. All Rights Reserved.