ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟଙ୍କା ସଞ୍ଚୟ ଲାଗି କଲେଜକୁ ବିମାନରେ ଯାତ୍ରା କରୁଛନ୍ତି ଯୁବକ, ଏମିତି ଦେଲେ ହିସାବ

ନୂଆଦିଲ୍ଲୀ ୨୩/୦୨: କାନାଡ଼ାର ଟିମ୍‌ ଚେନ୍‌ ନାମକ ଜଣେ ଛାତ୍ର ଟଙ୍କା ସଞ୍ଚୟ ଲାଗି କଲେଜକୁ ବିମାନରେ ଯାଉଛନ୍ତି । ସେ ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ସପ୍ତାହରେ ତାଙ୍କୁ ଦୁଇଟି କ୍ଲାସ୍‌ କରିବାକୁ ପଡ଼େ । ସେ କାଲଗରୀରେ ରହିଥିବାବେଳେ ତାଙ୍କ କଲେଜ ଭାଙ୍କୁଭରରେ ଅବସ୍ଥିତ । ସେଠାରେ ଘର ଭଡ଼ା ବହୁତ ଅଧିକ । ତେଣୁ ସେଠାରେ ରହିବା ପରିବର୍ତ୍ତେ ବିମାନ ଯାତ୍ରା କରିବା ଯୋଗୁ ଟିମ୍‌ଙ୍କର ଅର୍ଥ ସଞ୍ଚୟ ହୋଇଯାଉଛି । 

ଥରେ ବିମାନ ଯାତ୍ରାରେ ତାଙ୍କର ୧୫୦ ଡଲାର ଖର୍ଚ୍ଚ ହେଉଛି । ସେହି ହିସାବରେ ମାସ ସାରା ବିମାନ ଯାତ୍ରାରେ ତାଙ୍କର ୯୯,୬୩୧ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଭାଙ୍କୁଭରରେ ଗୋଟିଏ ଶୟନକକ୍ଷଯୁକ୍ତ ଆପାର୍ଟମେଣ୍ଟର ଭଡ଼ା ୧,୭୪,୩୫୮ ଟଙ୍କା ବୋଲି ଟିମ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ସପ୍ତାହରେ କେବଳ ମଙ୍ଗଳବାର ଓ ଗୁରୁବାର କଲେଜ ଯାଇଥାନ୍ତି । ସକାଳେ ସେ ବିମାନ ଯୋଗେ ଭାଙ୍କୁଭର ଯାତ୍ରା କରନ୍ତି ଏବଂ ରାତିରେ କାଲଗରୀ ଫେରନ୍ତି । ଏଥିପାଇଁ ସେ କେବଳ ଏୟାର କାନାଡ଼ା ବିମାନରେ ଯାତ୍ରା କରନ୍ତି । ଗତ ଜାନୁଆରୀ ମାସରେ ସେ କଲେଜ ପାଇଁ ୭ ଥର ବିମାନ ଯାତ୍ରା କରିଛନ୍ତି । ଏଥିରୁ ଭଡ଼ା ବାବଦକୁ ତାଙ୍କର ଅର୍ଥ ସଞ୍ଚୟ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ବେଳେବେଳେ ଟିକିଏ ଅଧିକ ଖର୍ଚ୍ଚ ହେଉଛି, କିନ୍ତୁ ତାହା ଭାଙ୍କୁଭର୍‌ରେ ଭଡ଼ା ଘର ନେଇ ରହିବାଠୁ କମ୍‌ ବୋଲି ଟିମ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.