ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା

ଭୁବନେଶ୍ୱର,୦୭/୧୨: ଅଦିନିଆ ବର୍ଷାରେ ହଠାତ୍‌ ବଢ଼ିଗଲା ଥଣ୍ଡା । କାଲୁଆ କରିଦେଲା ସାରା ଓଡ଼ିଶାର ଜନଜୀବନକୁ । ଦିନ ତାପମାତ୍ରା ସାଏଁ ସାଏଁ ଖସିଗଲା ସବୁଠି । ପ୍ରାୟତଃ ଦିନ ତାପମାତ୍ରା ୨୦-୨୨ ଡିଗ୍ରୀ ସେଲସିୟସ୍‌କୁ ଖସିଯାଇଥିଲା ବୁଧବାର । ସ୍ଥିତି ଏମିତି ହେଲା ଯେ ଦିନବେଳା ଘରେ ଚାଦର, କମ୍ବଳ ଖୋଜା ପଡ଼ିଲା ।

ଏଯାଏଁ ଶୀତ ଅନୁଭୂତ ହୋଇନି ରାଜ୍ୟରେ । କାଁ ଭାଁ ହାଲୁକା ଥଣ୍ଡା ପଡ଼ିଛି । ୨-୩ ଦିନ ହେବ ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଛି । ଦୁଇଦିନ ହେବ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାବେଳେ ବୁଧବାର ଉପକୂଳରେ ବି ବର୍ଷା ହୋଇଛି । ବର୍ଷାରୁ ପଶ୍ଚିମ, ଉତ୍ତର ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନି ।

କୋହଲା ପାଗ, ଅଦିନିଆ ବର୍ଷା ଯୋଗୁ ହଠାତ୍‌ ଦିନ ତାପମାତ୍ରା କମିଛି । ବୁଧବାର ଦାରିଙ୍ଗିବାଡ଼ିରେ ଦିନ ସର୍ବୋଚ୍ଚ ତାପମାତ୍ରା ୧୭, ସୁନ୍ଦରଗଡ଼ ୨୦.୫, ହୀରାକୁଦ ୨୧.୧, ତାଳଚେର ୨୩.୬, ଗୋପାଳପୁର ୨୧, ଭୁବନେଶ୍ୱର ୨୩.୬, କେନ୍ଦୁଝର ୨୦.୪, ଝାରସୁଗୁଡ଼ା ୨୨, ରାଉରକେଲା ୨୨.୨, ବରଗଡ଼ ୨୨.୬, ସମ୍ବଲପୁର ୨୨.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ି ଦିନ ତାପମାତ୍ରା ମଙ୍ଗଳବାର ତୁଳନାରେ ୫ ଡିଗ୍ରୀ କମିଥିବାବେଳେ ଭୁବନେଶ୍ୱରରେ ବି ପାଖାପାଖି ୫ ଡିଗ୍ରୀ ଖସିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁସାରେ ଭୂପୃଷ୍ଠରୁ ଯେତେ ଉପରକୁ ଉଠିବ, କ୍ରମଶଃ ତାପମାତ୍ରା କମି ଚାଲିବ । ବାୟୁମଣ୍ଡଳର ଯେଉଁଠି ତାପମାତ୍ରା ଶୂନ ଡିଗ୍ରୀ ଥାଏ, ତାହାକୁ ଜିରୋ ଡିଗ୍ରୀ ଆଇସୋଥର୍ମ (ଶୂନ୍ୟ ଡିଗ୍ରୀ ଉଚ୍ଚତା) କୁହାଯାଏ । ଏହା ସାଧାରଣତଃ ଖରାଦିନେ ଭୂପୃଷ୍ଠରୁ ୧୪-୧୫ କିମି ଉପରକୁ ଉଠିଲେ ଓ ଶୀତଦିନେ ୯-୧୦ କିମି ଉଚ୍ଚରେ ଥାଏ । ମାତ୍ର ବୁଧବାର ଭୂପୃଷ୍ଠର ମାତ୍ର ୫ କିମି ଉଚ୍ଚରେ ବାୟୁମଣ୍ଡଳରେ ତାପମାତ୍ରା ଶୂନ ଡିଗ୍ରୀ ଥିଲା । ଏହା ଉପରକୁ ତାପମାତ୍ରା ମାଇନସ୍‌ ଥିଲା । ଏହା ମଧ୍ୟ ଦେଇ ବାଦଲ ଖଣ୍ଡ ଯିବାବେଳେ ଯେଉଁ ବର୍ଷା ହେଲା, ତାହା ଅଧିକ ଥଣ୍ଡା କରାଇଲା । ଏ ବର୍ଷା ପାଣି ଦେହକୁ ଅଧିକ କାଲୁଆ ଲାଗିଥିଲା ।

ବିଭିନ୍ନ ମଡେଲ୍‌ ଅନୁସାରେ ରାଜ୍ୟରେ ଏବେ ଶୀତ ବିଶେଷ ବଢ଼ିବନି । ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ଉତ୍ତର ଦିଗରୁ ଶୀତଳ ପବନ ପ୍ରବାହିତ ହେବା ନେଇ କୌଣସି ଲକ୍ଷଣ ଏବେ ଦେଖାଯାଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.