ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀତିଶ କୁମାରଙ୍କୁ ୨୦୨୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରଖିବାକୁ କାହିଁକି ଚାହୁଁଛି ବିଜେପି ?

ପାଟଣା, ୨୭/୦୧: ବିହାରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ନୀତିଶ କୁମାର ଆଜି ଜେଡିୟୁ ନେତାଙ୍କ ବୈଠକ ଡାକିଛନ୍ତି । ବୈଠକରେ ବିଧାୟକ ଦଳ ମିଟିଂ ଡକାଯିବା ଉପରେ ନିଷ୍ପତ୍ତି ନିଆ ଯିବ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି ନୀତିଶ କୁମାର ହିଁ ୨୦୨୫ ପର୍ଯ୍ୟନ୍ତ ରୁହନ୍ତୁ ବିହାର ମୁଖ୍ୟମନ୍ତ୍ରୀ । ଯାହା ପଛରେ ରହିଛି ଅନେକ କାରଣ ।

ବିହାର ବିଜେପି ଲୋକସଭା ନିର୍ବାଚନକୁ ନେଇ ଏକ ବୈଠକ ଡାକିଛି । ବିହାର ବିଜେପିର କାର୍ଯ୍ୟକମିଟି ବୈଠକ ଶନିବାର ଅପରାହ୍ଣ ୪ଟାରେ ପାଟଣାରେ ବସିବ । ଏଥିରେ ବିଜେପି ବିଧାୟକ ଓ ସାଂସଦ ସାମିଲ୍ ହେବେ । ବିଜେପିର ରାଷ୍ଟ୍ରୀୟ ମହାସଚିବ ଓ ବିହାର ପ୍ରଭାରୀ ବିନୋଦ ତାୱଡ଼େ ମଧ୍ୟ ବୈଠକରେ ଉପସ୍ଥିତ ରହିବେ ।

ନୀତିଶଙ୍କୁ କାହିଁକି ?

ଆଜିର ବୈଠକରେ ବିଜେପି ଲୋକସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ସହ ବିହାରର ବର୍ତ୍ତମାନର ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା କରିବ । ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଉପରେ ବିଚାର କରିବାକୁ ବିଜେପି ଖାରଜ କରି ଦେଇଛି ।

ବିଜେପି ଅନୁସାରେ, ଲୋକସଭା ସହ ବିଧାନସଭା ନିର୍ବାଚନ ହେଲେ ଲାଲୁ-ତେଜସ୍ୱୀ ଭଳି ଅନ୍ୟ ଫ୍ୟାକ୍ଟର ପ୍ରଭାବୀ ହେବେ । ଯାହା ଫଳରେ ଦଳକୁ କ୍ଷତି ହୋଇପାରେ । ଅନ୍ୟ ପଟେ ନୀତିଶ କୁମାରଙ୍କ ଜେଡିୟୁ ସହ ପୁଣି ଥରେ ହାତ ମିଳାଇବା ସମ୍ଭାବନାକୁ ନେଇ ବିଜେପିର କିଛି ନେତା ଖୁସି ନାହାନ୍ତି । ସେମାନେ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଜିତାଇବା ଲାଗି କାମ କରିବେ । ବିଧାନସଭା ନିର୍ବାଚନରେ ନୀତିଶଙ୍କୁ ଜିତାଇବା ଲାଗି କାମ କରି ପାରନ୍ତି ।

ଏଥିପାଇଁ ବିଜେପି ନୀତିଶ କୁମାରଙ୍କୁ ୨୦୨୫ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରଖିବାକୁ ସହମତ ହୋଇଛି । ବିଧାନସଭା ଭଙ୍ଗ କରି ଲୋକସଭା ସହ ବିଧାନସଭା ନିର୍ବାଚନ କରାଇବାକୁ ଏଥିପାଇଁ ବିଜେପି ସହମତ ହେଉ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.