ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଋଣ କରି ଲଢ଼ିଥିଲେ ନିର୍ବାଚନ, ହେଭିଓ୍ବେଟଙ୍କୁ ପଛରେ ପକାଇ ବନିଗଲେ ବିଧାୟକ

ଭୋପାଳ: ବିଧାନସଭା ନିର୍ବାଚନ ଲଢ଼ିବା ସାଧାରଣ କଥା ନୁହେଁ । ନିର୍ବାଚନ ଲଢ଼ିବା ପାଇଁ ଅର୍ଥବଳ ଏବଂ ବାହୁବଳର ଆବଶ୍ୟକତା ପଡ଼େ ବୋଲି କୁହାଯାଏ । ବିଶେଷ କରି ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ମୋଟାଅଙ୍କର ଖର୍ଚ୍ଚ କରିବାକୁ ପଡ଼େ । ଭୋଟ ପାଇବାକୁ ହେଲେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଖୁସି କରାଇବାକୁ ଚେଷ୍ଟା କରନ୍ତି ରାଜନେତା । ଆଉ ଏଥିପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ରହିଛି । ହେଲେ କୌଣସି ନେତା ଋଣ କରି ନିର୍ବାଚନ ଲଢ଼ିବା ଏବଂ ବିଶାଳ ବିଜୟ ହାସଲ କରିବା ନେଇ ଖବର କେବେ ଶୁଣିଛନ୍ତି କି ? 

 ତେବେ ଋଣ ନେଇ ନିର୍ବାଚନ ଲଢ଼ିବା କଥାଟା ଅସମ୍ଭବ ମନେ ହେଉଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ସୈଲାନା ବିଧାନସଭା ଆସନରୁ ଲଢ଼ିଥିବା ପ୍ରାର୍ଥୀ କମଳେଶ୍ବର ଡୋଡିୟାର । କମଳେଶ୍ବର ଋଣ ନେଇ ଯେ କେବଳ ନିର୍ବାଚନ ଲଢ଼ିଛନ୍ତି ତା ନୁହେଁ ବରଂ ବିଜୟୀ ହୋଇଛନ୍ତି । ବଡ଼ ବଡ଼ ନେତାଙ୍କୁ ହରାଇ ସେ ଐତିହାସିକ ବିଜୟ ହାସଲ କରିଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ହର୍ଷ ବିଜୟ ଗେହଲଟଙ୍କୁ ୪୬୧୮ ଭୋଟରେ ପରାସ୍ତ କରିଛନ୍ତି । କମଳେଶ୍ବରଙ୍କୁ ୭୧୨୧୯ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୬୬୬୦୧ ଭୋଟ ମିଳିଛି ।

 ଏବେ କମଳେଶ୍ବର ବିଧାୟକ ତ ହୋଇଛନ୍ତି ହେଲେ ଋଣ କେମିତି ସୁଝିବେ ତାକୁ ନେଇ ସେ ଚିନ୍ତାରେ ଅଛନ୍ତି । ନିର୍ବାଚନରେ ଜିତିବା ଲାଗି ନିଜ ନିର୍ବାଚନମଣ୍ଡଳୀରେ କମଳେଶ୍ବର ଭୋଟ ମାଗିବା ସହ ଋଣ ପରିଶୋଧ ପାଇଁ ସାହାଯ୍ୟ ମଧ୍ୟ ମାଗିଛନ୍ତି । ବିଭିନ୍ନ ସମାଜିକ କାର୍ଯ୍ୟକ୍ରମରେ ଋଣ ସୁଝିବା ଲାଗି ସେ ଆର୍ଥିକ ସହାୟତା ମାଗିଥିବା ଜଣାପଡ଼ିଛି । ତେବେ ନିର୍ବାଚନରେ କମଳେଶ୍ବର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହି ଅର୍ଥ ସେ ଋଣ ଆକାରରେ ଆଣିଥିବା ଦାବି କରିଛନ୍ତି ।

  • Madhya pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.