କଳାହାଣ୍ଡି,୩୦/୦୯: କଳାହାଣ୍ଡି କେସିଙ୍ଗା ରେଞ୍ଜ କାର୍ଯ୍ୟାଳୟ ଅଧିନସ୍ଥ ପରଲସିଙ୍ଗା ସଁଅରାପଦର ଗାଁରେ ଏକ ଛୁଆ ହାତୀ ଖାଲରେ ପଡ଼ିଯାଇଛି । ଛୁଆ ହାତୀଟି ଏହ ଅଞ୍ଚଳରେ ଚଳପ୍ରଚଳ ହେଉଥିହାବେଳେ ଗାଁ ରାସ୍ତାର ଏକ ଖାଲରେ ପଡ଼ିଯାଇଛି । ହାତୀଟି ବାହାରକୁ ବାହାରି ପାରୁନାହିଁ । ଏପର୍ଯ୍ୟନ୍ତ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ ।
ତେବେ ଗତ କିଛି ଦିନ ହେଲା ବଜରଗଡ଼ ଜଙ୍ଗଲର ୩୦ ଟିକିଆ ହାତୀ ପଲ ଏହି ଅଞ୍ଚଳରେ ବୁଲିବା ସହ ଉପଦ୍ରବ କରିଛନ୍ତି । ବହୁ ଧାନ ଓ କପା ଫସଲ ନଷ୍ଟ କରି ଆସୁଛନ୍ତି । ବନବିଭାଗ ଏମାନଙ୍କୁ ଘଉଡାଇବାରେ ଅସଫଳ ହୋଇଛି । ଯାହା ପାଇଁ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି ।