ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚେକିଂ ବେଳେ ଗାଡିରୁ ବିପୁଳ ଟଙ୍କା ଜବତ, ଡ୍ରାଇଭର ସମେତ ୨ ମହିଳା ଅଟକ

ବୌଦ୍ଧ, ୧୩।୫ : ବୌଦ୍ଧ ଫ୍ଲାଇଙ୍ଗ ସ୍କ୍ବାଡ୍ ଦ୍ଵାରା ପୁରୁଣା କଟକ ଥାନା ଅନ୍ତର୍ଗତ କଲରାକୋଠା ଠାରେ ବ୍ଲକିଂ ଏବଂ ଚେକିଂ ବେଳେ ଏକ ଗାଡ଼ି ରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ଏଥିସହ  ଡ୍ରାଇଭର ସହ ଗାଡିରେ ଥିବା ୨ ମହିଳାଙ୍କୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଟକ ରଖିଛି। 

 ପୁରୁଣା କଟକ ଥାନା ଅନ୍ତର୍ଗତ କଲରାକୋଠା ଠାରେ ଚେକିଂ ବେଳେ ବୌଦ୍ଧ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗାଡ଼ି କୁ ଅଟକାଇ ତନଖି କରିଥିଲେ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ତେବେ ସେହି ଗାଡ଼ି ରେ କିଛି ଟଙ୍କା ଥିବା ଦେଖିବାକୁ ପାଇଥିଲେ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ତେବେ ଗାଡ଼ି ରେ ଡ୍ରାଇଭର ଙ୍କ ସମେତ ଦୁଇ ଜଣ ମହିଳା ରହିଥିବା ବେଳେ ସମସ୍ତଙ୍କୁ ଅଟକ ରଖିବା ସହିତ ଗାଡ଼ିରୁ ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି ପୁରୁଣା କଟକ ପୋଲିସ । ତେବେ ଏ ଦୁଇ ମହିଳା କିଏ ଏବଂ କେଉଁଠାରୁ ଏମାନେ ଏ ଟଙ୍କା ନେଉଥିଲେ ଏବଂ କେଉଁ କାରଣରୁ ଏତେ ଟଙ୍କା ନେଇ ଯାଉଥିଲେ ସେ ଦିଗରେ ପୁରୁଣା କଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ : ଅପରାହ୍ନ ୩ଟା ସୁଦ୍ଧା କୋଟିଆରେ ୮୦% ମତଦାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.