କୋରୁକୋଣ୍ଡା,୨୦/୩ : ମାଲକାନଗିରି ଜିଲ୍ଲା ଓର୍କେଲ ଥାନାସ୍ଥ ନାକାମାମୁଡ଼ି ପଞ୍ଚାୟତ ଅଧୀନ ଗାଙ୍ଗାପଡ଼ା ଗାଁରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଉକ୍ତ ଗାଁର ସାବିରି ମାଝୀ ନାମକ ବ୍ୟକ୍ତିଙ୍କ ମୃତୁ ଘଟିଛି । ସାବେରୀ ଦ୍ବିପ୍ରହରେ ଖାଇବା ପରେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ବାହାରିଥିଲେ । ସେହି ସମୟରେ ବାହାରେ ବଜ୍ରପାତରେ ଘଟଣାସ୍ଥଳରେ ସାବେରୀ ଟଳି ପଡ଼ିଥିଲେ ।
ଏପରି ଦେଖି ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଦେଖିଲା ବେଳକୁ ସାବେରୀଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି ।