ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ପର୍ଯ୍ୟାୟରେ ୧୯୫ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା, ତାଲିକାରେ ଜଣେ ମୁସଲିମ୍ ପ୍ରାର୍ଥୀ

ନୂଆଦିଲ୍ଲୀ ୦୩/୦୩: ଶନିବାର ବିଜେପି ପକ୍ଷରୁ ଲୋକସଭା  ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ  ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।  ଏଥିରେ ୧୯୫ ଜଣଙ୍କ ନାମ ସାମିଲ ଥିଲା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମାତ୍ର ଜଣେ ମୁସଲିମ୍‌ ପ୍ରାର୍ଥୀ । ସେ ହେଉଛନ୍ତି ଡକ୍ଟର ଏମ. ଅବଦୁଲ ସଲାମ । କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି । ତାଙ୍କୁ କେରଳର ମଲ୍ଲାପୁରମରୁ ଦଳ ପ୍ରାର୍ଥୀ କରିଛି । 

ଡକ୍ଟର ସଲାମ ୨୦୨୧  ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେ ତିରୁର ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ । ଦ୍ୱିତୀୟ ସ୍ଥାନରେ ଥିଲେ ସ୍ୱାଧୀନ ପ୍ରାର୍ଥୀ  ଅସରଫ । ସେଠାରୁ ଆଇୟୁଏମ୍‌ଏଲ ପ୍ରାର୍ଥୀ କୁରୁକୋଲି ମୋଇଦିନ ବିଜୟୀ ହୋଇଥିଲେ । କିନ୍ତୁ ଡକ୍ଟର ସଲାମଙ୍କ ପ୍ରତି ରହିଥିବା ଜନତାଙ୍କ ସମର୍ଥନକୁ ଦେଖି ବିଜେପି  ତାଙ୍କୁ ଚଳିତଥର ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି।

  • prameyanews
  • PrameyaOdia
  • prameya
  • BJP
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.