ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଞ୍ଚମ ପର୍ଯ୍ୟାୟରେ ମଇଦାନ୍‌ରେ ୬୯୫ ପ୍ରାର୍ଥୀ: ୧୫୯ ଦାଗୀ, ୨୨୭ କୋଟିପତି

ନୂଆଦିଲ୍ଲୀ,୧୪/୦୫: ୨୦୨୪ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମୋଟ ୬୯୫ ପ୍ରାର୍ଥୀ ମଇଦାନରେ ଅଛନ୍ତି ।  ଏମାନଙ୍କ ମଧ୍ୟରୁ ୨୨୭ ଜଣ କୋଟିପତି  ଥିବା ବେଳେ ୧୫୯ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । କୋଟିପତିଙ୍କ ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୩.୫୬ କୋଟି  ଟଙ୍କା ହୋଇଥିବା ବେଳେ ୧୨% ମହିଳା  ପ୍ରାର୍ଥୀ ରହିଛନ୍ତି । ଆସୋସିଏସନ୍‌ ଫର୍‌  ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌)  ରିପୋର୍ଟରୁ ଏହା ଜଣାପଡ଼ିଛି । ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ବିଶ୍ଳେଷଣ  କରି ଏଡିଆର୍‌ ଏହି ରିପୋର୍ଟ ଦେଇଛି ।  

ରିପୋର୍ଟ ମୁତାବକ, ୧୨୨ ପ୍ରାର୍ଥୀ ନିଜ  ନାମରେ ଗମ୍ଭୀର ଅପରାଧିକ ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଥିବା ବେଳେ  ୨୮ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ,  ୨୯ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ  ଅପରାଧିକ ମାମଲା ରହିଛି । ଜଣେ ପ୍ରାର୍ଥୀଙ୍କ  ନାମରେ ବଳାତ୍କାର ମାମଲା ଅଛି । ସେହିଭଳି  ଘୃଣା ଭାଷଣ ଦେବାକୁ ନେଇ ମୋଟ ୧୦  ପ୍ରାର୍ଥୀଙ୍କ ନାମରେ ମାମଲା ରହିଛି । 

ରିପୋର୍ଟ ଦର୍ଶାଇଛି ଯେ ପଞ୍ଚମ  ପର୍ଯ୍ୟାୟରେ ସମାଜବାଦୀ ପାର୍ଟିର ମୋଟ  ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ନାମରେ  ଅପରାଧିକ ମାମଲା ରହିଛି । ସେହିଭଳି  ବିଜେପିର ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୯,  କଂଗ୍ରେସର ୧୮ ଜଣଙ୍କ ମଧ୍ୟରୁ ୮, ଟିଏମ୍‌ସିର  ୭ ପ୍ରାର୍ଥୀଙ୍କ ମଧ୍ୟରୁ ୩, ଶିବସେନା ଉଦ୍ଧବ  ଗୋଷ୍ଠୀର ୮ରୁ ୩, ଶିବସେନା ସିନ୍ଦେ ଗୋଷ୍ଠୀର  ୬ରୁ ୩, ଆର୍‌ଜେଡିର ୫ରୁ ଜଣେ ପ୍ରାର୍ଥୀଙ୍କ  ନାମରେ ଅପରାଧିକ ମାମଲା ରହିଛି । ବିଜେପିର ସର୍ବାଧିକ ୩୬ ପ୍ରାର୍ଥୀ କୋଟିପତି  ଥିବା ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ସବୁଠୁ  କୋଟିପତି ପ୍ରାର୍ଥୀ ହେଉଛନ୍ତି ଅନୁରାଗ ଶର୍ମା ।  

ଉତ୍ତର ପ୍ରଦେଶର ଝାନ୍‌ସିରୁ ବିଜେପି ପ୍ରାର୍ଥୀ  ଭାବେ ଲଢ଼ୁଥିବା ଅନୁରାଗ ନିଜକୁ ୨୧୨ କୋଟି  ଟଙ୍କା ସମ୍ପତ୍ତିର ଅଧିକାର ଦର୍ଶାଇଥିଲେ । ଦ୍ୱିତୀୟ ସ୍ଥାନରେ ଥିବା ସ୍ୱାଧୀନ ପ୍ରାର୍ଥୀ ଭଗବାନ  ସାମ୍ଭରେଙ୍କ ସମ୍ପତ୍ତି ମୂଲ୍ୟ ୧୧୬  କୋଟି ଟଙ୍କା । ସେ ମହାରାଷ୍ଟ୍ରର  ଭିୱାଣ୍ଡିରୁ ଲଢ଼ୁଛନ୍ତି । ତୃତୀୟ  ସ୍ଥାନରେ ବିଜେପି ପ୍ରାର୍ଥୀ ପୀୟୂଷ  ଗୋୟଲ ରହିଛନ୍ତି । ମହାରାଷ୍ଟ୍ରର  ମୁମ୍ବାଇ ଉତ୍ତର ଆସନରୁ  ଲଢ଼ୁଥିବା ଗୋୟଲଙ୍କ ସମ୍ପତ୍ତିର ମୂଲ୍ୟ ୧୧୦  କୋଟି ଟଙ୍କା । ଜଣେ ପ୍ରାର୍ଥୀ ନିଜ ସମ୍ପତ୍ତି ମୂଲ୍ୟ  ଶୂନ ଦର୍ଶାଇଛନ୍ତି । ୩ ଜଣ ପ୍ରାର୍ଥୀ ନିଜ ସମ୍ପତ୍ତି  ମୂଲ୍ୟ ଯଥାକ୍ରମେ ୬୭ ଟଙ୍କା, ୭୦୦ ଟଙ୍କା ଓ  ୫,୪୨୭ ଟଙ୍କା ଦର୍ଶାଇଛନ୍ତି । 

ପଞ୍ଚମ ପର୍ଯ୍ୟାୟରେ ଲଢ଼ୁଥିବା ମୋଟ  ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୪୨%ଙ୍କ ଶିକ୍ଷାଗତ  ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ପର୍ଯ୍ୟନ୍ତ ରହିଛି ।  ୨୦୭ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ  ମଧ୍ୟରେ ହୋଇଥିବା ବେଳେ ୩୮୪ ଜଣଙ୍କ  ବୟସ ୪୧ରୁ ୬୦ ବର୍ଷ । ୧୦୩ ପ୍ରାର୍ଥୀଙ୍କ  ବୟସ ୬୧ରୁ ୮୦ ବର୍ଷ ହୋଇଥିବା ଜଣଙ୍କ  ବୟସ ୮୨ ବର୍ଷ । ୬୯୫ ଜଣଙ୍କ ମଧ୍ୟରୁ  ୮୨ ଜଣ ବା ୧୨% ହେଉଛନ୍ତି ମହିଳା ।  ଉଲ୍ଲେଖଯୋଗ୍ୟ, ମେ ୨୦ରେ ହେବାକୁ ଥିବା  ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ  ମୋଟ ୪୯ ଆସନରେ ମତଦାନ ହେବ ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.