ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

୭୨ ଘଣ୍ଟା ପରେ ଘର ପଛପଟୁ ଉଦ୍ଧାର ହେଲା ନାବାଳକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ତେଲକୋଇ,୩୦/୦୮: ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ନିଖୋଜ ହୋଇଥିଲେ ନାବାଳକ । ଦୀର୍ଘ ୭୨ ଘଣ୍ଟା ପରେ ଲଟା ବୁଦା ଭିତରୁ ଚେତାଶୁନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ନାବାଳକ ।  ନିଖୋଜ ନାବାଳକ ଜଣକ  ଲିଙ୍କି ପାତ୍ର ଓ ସଞ୍ଜୟ ପାତ୍ରଙ୍କ ୧୨ ବର୍ଷର ପୁଅ ଶାନ୍ତନୁ ପାତ୍ର ବୋଲି ଜଣା ପଡ଼ିଛି । ରଶ୍ମି ପାତ୍ର ଓ ଡିଲ ପାତ୍ର ଶାନ୍ତନୁକୁ ଅପହରଣ କରିଥିଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ଅନୁଯାୟୀ, ତେଲକୋଇ ଥାନା କରଦାଙ୍ଗୀ ଗ୍ରାମର ଲିଙ୍କି ପାତ୍ର ଓ ସଞ୍ଜୟ ପାତ୍ରଙ୍କ ୧୨ ବର୍ଷର ପୁଅ ଶାନ୍ତନୁ ଅଗଷ୍ଟ ୨୭ ତାରିଖ ଅର୍ଥାତ ମଙ୍ଗଳବାରଠାରୁ ନିଖୋଜ ହୋଇଥିଲେ । ଏନେଇ ଶାନ୍ତନୁଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । କିଛି ଟଙ୍କା ପାଇଁ ସେହି ଗ୍ରାମର ରଶ୍ମି ପାତ୍ର ଓ ଡିଲ ପାତ୍ର ଶାନ୍ତନୁକୁ ଅପହରଣ କରି ଥିବା ଶାନ୍ତନୁଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଥିଲା । ଅଗଷ୍ଟ ୨୯ ତାରିଖ ଅର୍ଥାତ ଗୁରୁବାର ଗଣ ମାଧ୍ୟମରେ ଏହି ଘଟଣା ବଷୟରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ତନା ଘନା ଆରମ୍ଭ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଘଟଣାର ହସ୍ତକ୍ଷେପ କରି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଥିଲେ । ନିଖୋଜ ଶାନ୍ତନୁକୁ ଖୋଜାଖୋଜି ପାଇଁ ବିଭିନ୍ନ ବର୍ଗର ପୋଲିସ କରଦାଙ୍ଗି ଗ୍ରାମରେ ଛାଉଣୀ ହୋଇଯାଇଥିଲେ । ମାତ୍ର ନିଖୋଜ ଶାନ୍ତନୁର କୌଣସି ପତ୍ତା ମିଳିପାରିନଥିଲେ । ତେବେ ଶୁକ୍ରବାର  ସକାଳ ସମୟରେ ରଶ୍ମି ଓ ଡିଲ ପାତ୍ରଙ୍କ ଘର ପଛ ପଟେ ଥିବା ପାଳ ଭାଡ଼ି ନିକଟ ଲଟା ବୁଦା ଭିତରୁ ସ୍ଥାନୀୟ ଲୋକେ ଶାନ୍ତନୁକୁ ଚେତା ଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ । ଶାନ୍ତନୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଅଗଷ୍ଟ ୨୯ ଅର୍ଥାତ୍ ଗୁରୁବାର ଉକ୍ତ ଅଞ୍ଚଳର ଚତୁର୍ପାର୍ଶ୍ଵ ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ଵାରା ଖୋଜା ଖୋଜି କରାଯାଇଥିଲା କିନ୍ତୁ ଶାନ୍ତନୁଙ୍କ ପତ୍ତା ମିଳି ନଥିଲା । ତେବେ ଗୋଟିଏ ରାତିରେ ପାଳ ଗଦା ନିକଟସ୍ଥ ଲଟା ବୁଦା ଭିତରୁ ଚେତା ଶୂନ୍ୟ ଅବସ୍ଥାରେ ଶାନ୍ତନୁ ଉଦ୍ଧାର ହେବା ପୋଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.