ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘର ମାଲିକ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍

ଭୁବନେଶ୍ଵର, ୧୨/୦୪ : ଅସୁରକ୍ଷିତ ରାଜଧାନୀ। ଭୁବନେଶ୍ଵରରେ ନୟାନ୍ତ କଲେଣି ଲୁଟେରା। ଆପାର୍ଟମେଣ୍ଟକୁ କରୁଛନ୍ତି ଟାର୍ଗେଟ୍। ଘରେ ଥିଲେ କି ନଥିଲେ ସେମାନଙ୍କୁ ପଡୁନି ଫରକ। ସକାଳ ହେଉକି ରାତି ଘରେ ପଶି କରୁଛନ୍ତି ଲୁଟ୍। ଭୁବନେଶ୍ଵର ପାହାଳ ଥାନା ଜୟପୁର ଠାରେ ପୁଣି ଲୁଟ୍ ହୋଇଛି। ଘର ମାଲିକ ଶୋଇଥିବା ବେଳେ ତାଙ୍କୁ ବାହାର ପଟୁ କବାଟ ଦେଇ ଚୋରି କରିଛନ୍ତି ଦୁର୍ବୃତ୍ତ। 

ସୂଚନାନୁଯାୟୀ, ପାହାଳ ଥାନା ଅନ୍ତର୍ଗତ ଜୟପୁର ଠାରେ ପ୍ଲଟ ନମ୍ବର ୧୦୧୯/୨୦୬୯ ରେ ଥିବା ଶରତ ମହାନ୍ତିଙ୍କ ଘରୁ ବଡି ଭୋରରୁ ଲୁଟ୍ ହୋଇଛି। ଛାତ ଉପରୁ ଘରକୁ ପଶି ଘର ମାଲିକ ଶୋଇଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ଲୁଟେରାମାନେ ଲୁଟ୍ କରିଛନ୍ତି। ଘରେ ଥିବା ୩ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଛି। ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.