ସମ୍ୱଲପୁର, ୩୧।୫: ସମ୍ୱଲପୁର କମଲ ଛକସ୍ଥିତ କ୍ଲିନିକ୍ରେ ଉତ୍ତେଜନା । କ୍ଲିନିକ୍ରେ ଭଙ୍ଗାରୁଜା କଲେ ରୋଗୀଙ୍କ ସମ୍ପର୍କୀୟ । ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେଇଥିବା ଅଭିଯୋଗ କଲେ ପରିବାର ଲୋକ ।
ସମ୍ୱଲପୁର କମଲ ଛକଠାରେ ଥିବା ଏକ କ୍ଲିନିକ୍ରେ ଜଣେ ରୋଗୀ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ କ୍ଲିନିକ୍ର ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ରୋଗୀଙ୍କ ସମ୍ପର୍କୀୟ କ୍ଲିନିକ୍ରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।