ପ୍ରମୂଖ ଖବର
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସୋଆ ଏବଂ ଇମ୍‌ଜେନେକ୍ସ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର,୧୩/୬ : ମିଳିତ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବା  ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୂର୍ବ ଭାରତର ଅଗ୍ରଣୀ ବାୟୋଟେକ୍ନୋଲୋଜି କମ୍ପାନୀ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ସହିତ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ କରିଛି ।  ସୋଆର ସେଂଟର ଫର୍‌ ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌) ଓ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଭାବେ ଏହି ଗବେଷଣା କାର୍ଯ୍ୟ କରିବେ । ଇମ୍‌ଜେନେକ୍ସ ଇଣ୍ଡିଆ ହେଉଛି ଦେଶର ଅନ୍ୟତମ ଅଗ୍ରଣୀ ବାୟୋଟେକ୍‌ କମ୍ପାନୀ ଯାହାର ଭୁବନେଶ୍ୱରସ୍ଥିତ ଇନ୍‌ଫୋସିଟି କମ୍‌ପ୍ଲେକ୍ସରେ ଏକ ଷ୍ଟେଟ୍‌ ଅଫ୍‌ ଦ ଆର୍ଟ ଗବେଷଣା ଓ ବିକାଶ ଲ୍ୟାବେରୋଟରୀ ରହିଛି । 

ଏହି କମ୍ପାନୀଟି ଭାରତରେ ସର୍ବାଧିକ ମୋନୋକ୍ଲୋନାଲ୍‌ ଓ ପୋଲିକ୍ଲୋନାଲ୍‌ ଆଂଟିବଡି ଉତ୍ପାଦନ କରୁଥିବାବେଳେ ବର୍ଷକୁ ୨୫୦ରୁ ଊର୍ଦ୍ଧ୍ବ ମୋନୋକ୍ଲୋନାଲ୍‌ ଆଂଟିବଡି ଉତ୍ପାଦନ କରୁଛି ।  ବୁଝାମଣାଟି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁଜୟ ସିଂଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ଅନୁଯାୟୀ ଇମ୍‌ଜେନେକ୍ସ ଓ ସିଆଇବିଆର୍‌ ମିଳିତ ଭାବରେ ପ୍ରକଳ୍ପ ନିମନ୍ତେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଅନୁଦାନ ନିମନ୍ତେ କାର୍ଯ୍ୟ କରିବେ । ସେହିପରି ଇମ୍‌ଜେନେକ୍ସ ନିୟମିତ ଭାବେ କ୍ଲିନିକାଲ୍‌ ଟ୍ରାଏଲ୍‌ ନିମନ୍ତେ ସୋଆର ସାହାଯ୍ୟ ନେବ । ସେହିପରି ସିଆଇବିଆର୍‌ ରାଜିନାମା ପରିପ୍ରେକ୍ଷୀରେ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ । 

ଇମ୍‌ଜେନେକ୍ସର ଗବେଷକମାନେ ସୋଆର ନିୟମାନୁବଳୀ ଅନୁଯାୟୀ ପିଏଚ୍‌ଡି କାର୍ଯ୍ୟରେ ରିସର୍ଚ୍ଚ କୋ-ଗାଇଡ୍‌ ହେବା ସହ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ସୋଆ ଅନୁମତି ଦେବ । ଇମ୍‌ଜେନେକ୍ସର ଜଣେ ପିଏଚ୍‌ଡି ପ୍ରେଗ୍ରାମ୍‌ କୋର୍ଡିନେଟର ସିଆଇବିଆର୍‌ର ନିର୍ଦ୍ଦେଶକଙ୍କ ସହ ଏ ନେଇ ସମନ୍ୱୟ ରଖି କାର୍ଯ୍ୟ କରିବେ ।  ଦୁଇ ଅନୁଷ୍ଠାନ ମିଳିତ ଭାବେ ବିଭିନ୍ନ ରେଫ୍ରେସର କୋର୍ସ, ଓରିଏଂଟେସନ୍‌, ଇନ୍‌ଟର୍ଣ୍ଣସିପ୍‌ ଏବଂ କର୍ମଶାଳାର ଆୟୋଜନ କରିବେ । ଏହି କର୍ମଶାଳାଗୁଡ଼ିକ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ଏବଂ ଗବେଷଣା ସମ୍ପର୍କିତ ହେବ ।  ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ନିମନ୍ତେ ବିଭିନ୍ନ ଶିଳ୍ପାନୁଷ୍ଠାନ ସହ ଯୋଡି ହେବା ନିମନ୍ତେ ଉତ୍ସୁକ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.