ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ତୃପ୍ତି ଡିମରୀଙ୍କୁ ଖୁବ୍‌ ପସନ୍ଦ କରନ୍ତି ‘ଆନିମଲ’ର ଏହି ,ସହ ଅଭିନେତା , ରିୟଲ ଲାଇଫ୍‌ରେ କରିବାକୁ ଚାହାନ୍ତି ଡେଟ୍

ମୁମ୍ୱାଇ : ‘ଆନିମଲ’ରେ ଜୋୟା ଚରିତ୍ରରେ ତୃପ୍ତି ଡିମରୀ ସମସ୍ତଙ୍କ ହୃଦୟରେ ରହି ଯାଇଛନ୍ତି। ଫିଲ୍ମରେ ଯଦିଓ ତାଙ୍କର ଛୋଟ ରୋଲ୍‌ ଥିଲା , କିନ୍ତୁ ସେ ଏଥିରେ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଛନ୍ତି। ‘ ଆନିମଲ’ ପରେ ସେ ନ୍ୟାସନାଲ କ୍ରଶ୍‌ ହୋଇ ଯାଇଛନ୍ତି। ସେ ଏବେ ଯେଉଁଠାକୁ ବି ଯାଉଛନ୍ତି , ତାଙ୍କ ପଛରେ ପ୍ରଶଂସକ ସେଲଫି ନେବା ପାଇଁ ପୂରା ଜମି ଯାଉଛନ୍ତି। ନିକଟରେ ତାଙ୍କର ଜଣେ କୋ-ଆକ୍ଟର ଇଚ୍ଛା ପ୍ରକାଶ କରିଛନ୍ତି ଯେ,ସେ ତାଙ୍କୁ ଡେଟ୍‌ କରିବାକୁ ଚାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପ୍ରତି ଆକର୍ଷିତ ହେବାର କାରଣ କଣ। 

କହି ରଖୁଛୁ କି ‘ ଆନିମଲ’ରେ ରଣବୀର କପୁର ଓ ବବି ଦେଓଲ ମୁଖ୍ୟ ରୋଲ୍‌ରେ ଥିଲେ। ଅଭିନେତା ସିଦ୍ଧାନ୍ତ କାର୍ନିକ ରଣବୀରଙ୍କ ଭିଣୋଇ ଭୂମିକାରେ ନଜର ଆସିଥିଲେ। ସିଦ୍ଧାନ୍ତ ସଦ୍ୟ ଏକ ସାକ୍ଷାତକାରରେ କହିଛନ୍ତି କି ସେ ତୃପ୍ତିଙ୍କୁ ଡେଟ୍‌ କରିବାକୁ ଚାହାନ୍ତି। ତାଙ୍କ ସହ ଡେଟିଂ ଇଚ୍ଛାକୁ ନେଇ ପ୍ରଶ୍ନ ପଚରା ଯିବାରୁ ସେ ତୃପ୍ତିଙ୍କ ନାଁ ନେଇଥିଲେ ଏବଂ କହିଥିଲେ ଯେ,  ମୋତେ ତୃପ୍ତିଙ୍କୁ ଡେଟ୍‌ କରିବା ଭଲ ଲାଗିବ। ସିଦ୍ଧାନ୍ତ ଏହା ବି ସ୍ପଷ୍ଟ କରିଛନ୍ତି ,ଏହା କୌଣସି ବିବାଦ ନୁହେଁ । ସେ ତୃପ୍ତିଙ୍କୁ କଫି ପାଇଁ ବାହାରକୁ ନେଇ ଯିବାକୁ ଚାହାନ୍ତି ଏବଂ କହିଛନ୍ତି କି ସେ ଖୁସି ଖୁସିରେ ବିଲ୍‌ ଭରି ଦେବେ। 

ନିଜ ବିବାହର ସମ୍ଭାବନାକୁ ନେଇ ସିଦ୍ଧାନ୍ତ କହିଛନ୍ତି, ମୁଁ ଆହୁରି ଖୁସି ହେବି , ଏହା ଠାରୁ ଆହୁରି ଅଧିକ ସେ ଖୁସି ହେବେ , ମୁଁ ଜଣେ ଭଲ ପୁଅ । ସିଦ୍ଧାନ୍ତ କହିଛନ୍ତି କି ତୃପ୍ତିଙ୍କ ପ୍ରତି ସେ ଆକର୍ଷିତ ହେବାର କାରଣ ତାଙ୍କ ( ତୃପ୍ତି) ପାଖରେ ବହୁତ ଟାଲେଣ୍ଟ ଅଛି। ଉଭୟଙ୍କ ମଧ୍ୟରେ ଅଳ୍ପ ବହୁତ କଥାବାର୍ତ୍ତା ହୋଇଛି , ହେଲେ ସେ ଏବେ ବି ପରସ୍ପରକୁ ଭଲ ଭାବେ ଜାଣି ନାହାନ୍ତି।

ଉଲ୍ଲେଖନୀୟ ଯେ, ଫିଲ୍ମ ଆନିମଲ ୧ ଡିସେମ୍ୱର ୨୦୨୩ରେ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି। ଆନିମଲରେ ରଣବୀର କପୁର, ବବି ଦେଓଲ , ରଶ୍ମିକା ମନ୍ଦାନା , ଅନିଲ କପୁର ଓ ତୃପ୍ତି ଡିମରୀ ମୁଖ୍ୟ ଭୂମିକାରେ ଥିଲେ। ଏହାକୁ ସନ୍ଦିପ ରେଡ୍ଡି ୱାଙ୍ଗା ନିର୍ଦ୍ଦେଶନା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.