ନୂଆଦିଲ୍ଲୀ,୪/୬:ଆମେରିକାରେ ପୁଣି ଭାରତୀୟ ଛାତ୍ରୀ ନିଖୋଜ । ପାଠ ପଢିବାକୁ ଆମେରିକା ଯାଇଥିବା ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଗତ ସପ୍ତାହରୁ ତାଙ୍କ ପତ୍ତା ମିଳୁନି।ଏନେଇ ପୋଲିସ ତାଙ୍କୁ ଖୋଜାଖୋଜି କରିବା ଜାରି ରଖିଛି। ପୋଲିସ ଅନୁସାରେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିର୍ଭସିଟିର ସେନ୍ ବର୍ଣ୍ଣାର୍ଡିନୋର ଛାତ୍ରୀ ନୀତିଶା କୁଣ୍ଡଲା ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି। ସିଏସ୍ୟୁଏସ୍ବିର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏନେଇ ରବିବାର ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଥିଲେ। ତାଙ୍କୁ ଶେଷଥର ପାଇଁ ଲସ୍ ଏଞ୍ଜଲିସ୍ରେ ଦେଖିବାକୁ ମିଳିଥିଲା ବୋଲି ପୋଲିସ କହିଛି।
ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦିନ ବିପଦ ବଢ଼ିବାରେ ଲାଗିଛି। ଏଠାରେ ଭାରତୀୟ ଛାତ୍ରଛାତ୍ରୀ ନିଖୋଜ ଓ ସେମାନଙ୍କୁ ହତ୍ୟା କରିବା ଘଟଣା ସାଧାରଣ ପାଲଟି ଗଲାଣି। ଏଠାରେ ଲଗାତର ଭାରତୀୟଙ୍କୁ ଟାର୍ଗେଟ୍ କରାଯାଉଛି। ସେହିପରି ଗତ ମାସରେ ଚିକାଗୋରେ ରୁପେଶ ନାମକ ଜଣେ ଭାରତୀୟ ନିଖୋଜ ଥିଲେ । ସେହିପରି ହାଇଦ୍ରାବାଦର ନିବାସୀ ମହମ୍ମଦ ଅବଦୁଲଙ୍କ ମୃତଦେହ ଗତ ଏପ୍ରିଲ ମାସରେ ଉଦ୍ଧାର ହୋଇଥିଲା ।