ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଆତଙ୍କ: ଦୁଇ ଜଣଙ୍କଠାରୁ ନମୁନା ସଂଗ୍ରହ କଲା ଡାକ୍ତରୀ ଟିମ୍

ଲକ୍ଷ୍ମୀପୁର,୩୦/୦୫: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ କୁଟିଙ୍ଗା ପଞ୍ଚାୟତ  ସଦର ମହକୁମାରେ ଆନ୍ଥ୍ରାକ୍ସ ଆତଙ୍କ । ଦୁଇଜଣଙ୍କଠାରେ ଏହି ରୋଗ  ହୋଇଥିବା ଜଣାପଡ଼ିଛି । ଖବର ପାଇ ପଞ୍ଚାୟତରେ ପହଞ୍ଚିଛି ଡାକ୍ତରୀଦଳ ।  ଆକ୍ରାନ୍ତଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଗାଁରେ ଘରକୁ ଘର ବୁଲି  ଔଷଧ ବଣ୍ଟନ କରାଯାଇଛି । ବୁଧବାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍‌ ପଞ୍ଚାୟତରେ  ପହଞ୍ଚି ମଲା ପଶୁପକ୍ଷୀ ମାଂସ ନ  ଖାଇବାକୁ ଡାକବାଜି ଯନ୍ତ୍ରରେ  ସଚେତନ କରାଯାଇଛି । 

ମିଳିଥିବା ସୂଚନା ଅନୁଯାୟୀ,  ପଞ୍ଚାୟତ ସଦରର ମୁକୁନା  ମିଣିଆକା ଓ ଉକୁ ମିଣିଆକାଙ୍କୁ  ଆନ୍ଥ୍ରାକ୍ସ ହୋଇଥିବା ଗତ ସୋମବାର ଜଣାପଡ଼ିଥିଲା । ମଙ୍ଗଳବାର ଜିଲ୍ଲାସ୍ତରୀୟ ଏକ ଡାକ୍ତରୀ ଟିମ୍‌ ପଞ୍ଚାୟତରେ  ପହଞ୍ଚିଥିଲା । ଲକ୍ଷଣ ଥିବାରୁ ଉଭୟଙ୍କ ରକ୍ତ ନମୁନା ସଂଗ୍ରହକରି କୋରାପୁଟ  ମେଡିକାଲ କଲେଜକୁ ପଠାଯାଇଥିଲା । ପରେ ପଞ୍ଚାୟତ ସଦରର ଘରକୁ  ଘର ବୁଲି ଔଷଧ ବଣ୍ଟନ କରାଯାଇଥିଲା । ଉପରୋକ୍ତ ଦୁଇଜଣଙ୍କ ନିକଟରେ  ଆନ୍ଥ୍ରାକ୍ସ ଲକ୍ଷଣ ଥିଲେ ବି ଲୋକଲଜ୍ଜା ଭୟରେ ପ୍ରଘଟ କରାଯାଉନଥିବା  ଜଣାପଡ଼ିଛି । ଆକ୍ରାନ୍ତ ଦୁହିଁଙ୍କୁ ଗତ ମଙ୍ଗଳବାର ଲକ୍ଷ୍ମୀପୁର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦୁହେଁ ଅପରାହ୍ଣରେ ମେଡିକାଲରୁ  କେଉଁଆଡ଼େ ଲୁଚି ଚାଲିଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଥ୍ରାକ୍ସ ହବାର କାରଣ ଜଣାପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.