ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଗୋଟିଆେ ପରିବାରର ୫ ମୃତ, ଲକ୍ଷାଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୨୦/୬: ମାଟି ଅତଡ଼ା ଖସି ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ। ଆସାମର କରିମଗଞ୍ଜ ଜିଲ୍ଲାର ଗିନାଚୋରା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ଗତ ତିନି ଦନଧରି ଆସାମର ଚୌହାଟୀ ସମେତ ଆଖପାଖ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ମାଟି ଅତଡା ଖସି ରୟମୁନ ନିଶାଙ୍କ ଘର ଉପରେ ପଡ଼ିଯାଇଥିଲା। ଫଳରେ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ  ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି।

ଏନେଇ ପୋଲିସ ଘଟଣା ପରେ  ପହଞ୍ଚି ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରିଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତକଙ୍କୁ ସରକାରୀ ସହାୟତା ଯୋଗାଇବା ଲାଗି ଦାବି ହୋଇଛି। ପୋଲିସର ସୂଚନା ମୁତାବକ, ଗତକାଲି ରାତି ୧୨. ୪୫ରେ ଗିନାଚୋରା ଗାଁରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଥିଲା। ଖବର ମିଳିବା ମାତ୍ରେ ବଦାରପୁର ପୁଲିସ ଷ୍ଟେସନର ଅଧିକାରୀ କର୍ମଚାରୀଙ୍କ ସହ ଏସଡିଆରଏଫ ଷ୍ଟାପ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ମାଟିତଳୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ। ସେହପରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୪୭୦ ଗାଁର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.