ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଲେ ବାବା ବାଲକନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛି ନାଁ

ନୂଆଦିଲ୍ଲୀ,୭।୧୨:  ରାଜସ୍ଥାନର ଅଲଓ୍ବରରୁ ବିଜେପି ସାଂସଦ ବାବା ବାଲକନାଥ ନିଜ ଲୋକସଭାର ସଦସ୍ୟତା ଛାଡି ଦେଇଛନ୍ତି। ସେ ଗୁରୁବାର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ବିଜେପିରୁ ବାବା ବାଲକନାଥ ଏଥର ଅଲଓ୍ବରର ତିଜାରା ଆସନରୁ ବିଧାନସଭା ନିର୍ବାଚନ ଲଢିଥିଲେ ଓ ସେ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନ୍‌ଙ୍କୁ ହରାଇ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାବିଦାର ଭାବରେ ତାଙ୍କ ନାଁକୁ ନେଇ ଯୋରଦାର ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଧାୟକ ନିର୍ବାଚନ ଜିତିଥିବା ସବୁ ବିଜେପି ସାଂସଦ କାଲି ଓମ୍ ବିର୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ମହନ୍ତ ବାଲକନାଥ ଯୋଗୀ ବାବା ମସ୍ତନାଥ ବିଶ୍ବବିଦ୍ୟାଳୟ(ବିଏମ୍‌ୟୁ)ର ଚାନସେଲର ଅଛନ୍ତି। ସେ ହିନ୍ଦୁ ଧର୍ମର ନାଥ ସମ୍ପ୍ରଦାୟର ଅଷ୍ଟମ ମହନ୍ତ ମଧ୍ୟ ଅଛନ୍ତି। ୨୯ ଜୁଲାଇ ୨୦୧୬ ରେ ମହନ୍ତ ଚାନ୍ଦନାଥ ଏକ ସମାରୋହରେ ବାଳକନାଥ ଯୋଗୀ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ, ଯେଉଁଥିରେ ଉତ୍ତର ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବାବା ରାମଦେବ ମଧ୍ୟ ସାମିଲ ହୋଇଥିଲେ। ତାଙ୍କ ଜନ୍ମ ବହରୋଡ ତହସିଲର କୋହରାନ ଗାଁରେ ଏକ ଯଦୁବଂଶୀ ହିନ୍ଦୁ ପରିବାରରେ ହୋଇଥିଲା। ବାଲକନାଥ ଯୋଗୀ ମାତ୍ର ସାଢେ ୬ ବର୍ଷ ବୟସରେ ସନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ ଓ ନିଜ ଘର ଛାଡି ଆଶ୍ରମ ଚାଲିଯାଇଥିଲେ। 

ବାବା ବାଲକନାଥ ପ୍ରଥମଥର ପାଇଁ ୨୦୨୯ରେ ବିଜେପି ଟିକେଟରୁ ଅଲବର ଆସନରୁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭଂବର ଜିତେନ୍ଦ୍ର ସିଂଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଥିଲେ । ଉତ୍ତର ପ୍ର‌ଦେଶ ମୁଖ୍ୟମନ୍ତ୍ରୀ ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ ବାବା ବାଲକନାଥଙ୍କ ମଧ୍ୟରେ ଅନେକ ସମାନତା ଅଛି । ଦୁହେଁ  ଗେରୁଆ ବସ୍ତ୍ର ପିନ୍ଧନ୍ତି ଓ ପରସ୍ପରର ଭଲ ବନ୍ଧୁ ।୨୦୧୯ ଲୋକସଭା ନିର୍ବାଚନରେ  ସିଏମ ଯୋଗୀ ଆଦିତ୍ୟନାଥ ବାବା ବାଳକନାଥଙ୍କ ପାଇଁ ପ୍ରଚାର କରିଥିଲେ । ଏଥର ନାମାଙ୍କନ ଦାଖଲ ଦିନ ସିଏମ ଯୋଗୀଙ୍କୁ ମଧ୍ୟ ତିଜରାଠାରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳର ଅଧିକାଂଶ ବଡ ହୋର୍ଡିଂରେ କେବଳ ଦୁଇଟି ଚେହେରା ଥିଲା, ଗୋଟିଏ ସିଏମ ଯୋଗୀ ଆଦିତ୍ୟନାଥ ଏବଂ ବାଲକନାଥ ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.