ଭୁବନେଶ୍ୱର, ୧୫/୦୯: ବ୍ଲକିଂଚେକିଂରେ ଧରା ପଡିଲେ ବ୍ୟାଡମିଣ୍ଟନ ଚାମ୍ପିୟନ । ଡ୍ରଙ୍କେନ୍ ଡ୍ରାଇଭ୍ ସହ ରିଭର୍ସ ରାଇଡ୍ କରି ଧରା ପଡ଼ିଲେ ପ୍ରମୋଦ ଭଗତ । ବାନ୍ଧବୀଙ୍କ ସହ ଯାଇଥିଲେ ବାର୍ । ପ୍ରମୋଦ ଭଗତଙ୍କ କାର୍ ସିଜ୍ କଲା ପୋଲିସ । ପୂର୍ବରୁ ଡୋପ୍ ଟେଷ୍ଟ ନିୟମ ଉଲଙ୍ଘନ କରି ୧୮ମାସ ପାଇଁ ହୋଇଥିଲେ ବ୍ୟାନ୍।
ସୂଚନା ମୁତାବକ, ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଶନିବାର ରାତିରେ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଏକ ବାର୍କୁ ଯାଇଥିଲେ । ସେଠାରେ ମଦ୍ୟାପାନ କରିଥିଲେ । ସେଠାରୁ ଫେରିବା ସମୟରେ ନିଶାସକ୍ତ ଅବସ୍ଥାରେ ଚଳାଉଥିଲେ ଗାଡ଼ି। ଏହି ସମୟରେ ଓମଫେଡ ଛକରେ ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ହେଉଥିଲା । ଏହା ଦେଖି ରିଭର୍ସ ରାଇଡ୍ କରିଥିଲେ ପ୍ରମୋଦ । ଦ୍ରୁତ ଗତିରେ ରିଭର୍ସ ରାଇଡ୍ କରୁଥିବାର ଦେଖି ରାସ୍ତାରେ ବ୍ୟାରିକେଡ଼ ରଖି କଣ୍ଟା ବିଛାଇ ଥିଲେ ପୋଲିସ । ଏହା ଦେଖି ପ୍ରମୋଦ ପୁଣି ସିଧା ରାସ୍ତାରେ ଯାଇଥିଲେ ଏବଂ ଚେକିଂରେ ଧରା ପଡ଼ିଥିଲେ । ମଦ୍ୟପାନ କରି ରିଭର୍ସ ରାଇଡିଂ କରିଥିବାରୁ ତାଙ୍କ ଟାଟା ନେକ୍ସନ୍ ଗାଡ଼ିକୁ ସିଜ କରି କୋର୍ଟ ଚାଲାଣ କରିଛି ଟ୍ରାଫିକ ପୋଲିସ । ଆସନ୍ତା ସୋମବାର ଗାଡ଼ି ରିଲିଜ୍ ହେବ ବୋଲି ସୂଚନା ମିଳିଛି ।