ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଘୁଞ୍ଚିଲା କୋଲକାତା ବନାମ ରାଜସ୍ଥାନ ମ୍ୟାଚ୍‌, ଏପ୍ରିଲ ୧୭ରେ ଜିଟି-ଡିସି ଟକ୍କର

Image Courtesy: latestly

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦୁଇ ମ୍ୟାଚ୍‌ର ତାରିଖ ପରିବର୍ତ୍ତନ ନେଇ ମଙ୍ଗଳବାର ଘୋଷଣା କରିଛି ବିସିସିଆଇ । କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମ୍ୟାଚ୍‌ ତାରିଖ ଏପ୍ରିଲ ୧୬କୁ ଘୁଞ୍ଚାଇ ଦିଆଯାଇଛି । ଏହି ମ୍ୟାଚ୍‌ ଏପ୍ରିଲ ୧୭ ତାରିଖରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ସେହିଭଳି ଏପ୍ରିଲ ୧୬ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଗୁଜରାଟ ଟାଇଟନ୍ସ (ଜିଟି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମ୍ୟାଚ୍‌କୁ ଗୋଟିଏ ଦିନ ଆଗକୁ ଅର୍ଥାତ ଏପ୍ରିଲ ୧୭କୁ ଘୁଞ୍ଚାଇ ଦେଇଛି ବିସିସିଆଇ । 

 ତାରିଖ ପରିବର୍ତ୍ତନ ପଛରେ ପ୍ରକୃତ କାରଣ ନେଇ କୌଣସି ସୂଚନା ଦେଇନାହିଁ ବିସିସିଆଇ । ହେଲେ ଏପ୍ରିଲ ୧୭ରେ ରାମ ନବମୀ ଥିବାରୁ ପଞ୍ଚିମବଙ୍ଗ କ୍ରିକେଟ ଆସୋସିଏସନର ଅନୁରୋଧ କ୍ରମେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।  କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ କେକେଆର ଏବଂ ଆରଆର ମ୍ୟାଚ୍‌ ହେବାର ଥିଲା । ହେଲେ ଏବେ ଏହି ମ୍ୟାଚ୍‌ ଏପ୍ରିଲ ୧୬ରେ ଅନୁଷ୍ଠିତ ହେବ । 

 ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିସିସିଆଇ ଦୁଇଟି ଚରଣରେ ମ୍ୟାଚ୍‌ ସୂଚୀ ଜାରି କରିଥିଲା । ଦ୍ବିତୀୟ ଚରଣର ମ୍ୟାଚ୍‌ ଏପ୍ରିଲ ୮ରୁ ଆରମ୍ଭ ହେବ । ଏହି ଦିନ ଚେନ୍ନାଇ ସୁପର କିଙ୍ଗ୍ସ,  କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ଏପ୍ରିଲ ୮ ତାରିଖ ରାତି ୭.୩୦ରେ ମୁହାଁମୁହିଁ ହେବେ ସିଏସ୍‌କେ ଏବଂ କେକେଆର । ସେହିଭଳି ପ୍ରଥମ ଚରଣର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ହିଁ ଖେଳିଥିଲା । ମାର୍ଚ୍ଚ ୨୨ରେ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲ-୨୦୨୪ ଅଭିଯାନ ଆରମ୍ଭ କରିଥିଲା ସିଏସକେ । ଏହି ମ୍ୟାଚ୍‌ରେ ୪ ଓ୍ବିକେଟରେ ସିଏସକେ ବିଜୟୀ ହୋଇଥିଲା । 

 ଚଳିତ ଆଇପିଏଲ୍‌ ସିଜନରେ ରାଜସ୍ଥାନ ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି। ଏହା ପଛକୁ କେକେଆର, ସିଏସକେ ଏବଂ ଜିଟି ରହିଛି । ସେହିଭଳି ପଏଣ୍ଟ ଟେବୁଲ୍‌ର ତଳଆଡ଼ୁ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ ଏବଂ ପଞ୍ଜାବ କିଙ୍ଗ୍ସ ରହିଛି । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.