ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ମୟଙ୍କ ଯାଦବଙ୍କ ଧୁ୍ଆଁଧାର ବୋଲିଂ; ଘରୋଇ ମଇଦାନରେ ପୁଣି ହାରିଲା ବେଙ୍ଗାଲୁରୁ

Image source: Cricbuzz

ନୂ୍ଆଦିଲ୍ଲୀ,୦୨/୦୪: ଏପ୍ରିଲ ୨ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା। ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରଥମେ ଖେଳି ୧୮୧ ରନ୍ କରିଥିଲା। ଏଥିରେ କ୍ୱିଣ୍ଟନ୍ ଡି କକ୍ ୫୬ ବଲରେ ୮୧ ରନ୍ ଇନିଂସ ଖେଳିଥିବାବେଳେ ନିକୋଲାସ୍ ପୁରନ୍ ମଧ୍ୟ ୨୧ ବଲରେ ୪୦ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଲକ୍ଷ୍ନୌକୁ ଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଅନ୍ୟପକ୍ଷରେ ବୋଲିଂରେ ମୟଙ୍କ ଯାଦବ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଥିଲେ।

ଆଇପିଏଲ୍ ୨୦୨୪ ର ୧୫ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୮ ରନ୍‌ରେ ପରାସ୍ତ କରିଛି। ଦ୍ରୁତ ବୋଲର ମୟଙ୍କ ଯାଦବ ଲକ୍ଷ୍ନୌକୁ ଜିତାଇବା ପଛରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। ଦ୍ରୁତ ବୋଲର ମୟଙ୍କ କ୍ୟାମେରନ୍ ଗ୍ରୀନ୍, ରଜତ ପାଟିଦାର ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆଉଟ୍‌ କରିଛନ୍ତି। ପ୍ରଥମେ ଖେଳିବା ପରେ ଲକ୍ଷ୍ନୌ ବେଙ୍ଗାଲୁରୁକୁ ୧୮୨ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଆରସିବି ମାତ୍ର ୧୫୩ ରନ୍ କରି ନିଜ ଘରୋଇ ପଡ଼ିଆରେ ପରାଜିତ ହୋଇଛି। ଚଳିତ ସିଜନରେ ଏହା ଆରସିବିର ତୃତୀୟ ପରାଜୟ ଏବଂ ଏହା ହେଉଛି ଲକ୍ଷ୍ନୌର ଦ୍ୱିତୀୟ ବିଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.