ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

‘ଭାରତ କା ଅମ୍ରିତ କଳସ’ ଫାଇନାଲ୍‌ରେ ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା, ଆଜି ଟାଇଟଲ୍‌ ଲଢ଼େଇ

ଭୁବନେଶ୍ୱର,୨୫/୦୮: ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ  ଲୋକ ସଙ୍ଗୀତ ରିଆଲିଟି ସୋ’ ‘ଭାରତ କା ଅମ୍ରିତ କଳସ’ର ଗ୍ରାଣ୍ଡ୍‌ ଫିନାଲେରେ ପହଞ୍ଚିଛନ୍ତି ଓଡ଼ିଆ ଝିଅ ତଥା ଗାୟିକା ବର୍ଣ୍ଣାଳୀ ହୋତା । ୨୮ଟି ରାଜ୍ୟ ଏବଂ  ୮ଟି କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ବର୍ଣ୍ଣାଳୀ  ଅନ୍ୟମାନଙ୍କ ସହ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ରବିବାର ସୋ’ ଫାଇନାଲ୍‌ ଥିବାରୁ ସେ ଟାଇଟଲ୍‌ ବଜାୟ ରଖିବେ ବୋଲି ଆଶା ରହିଛି ।  

ତାଙ୍କ ସହିତ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟର ଲୋକ ସଙ୍ଗୀତ କଳାକାରମାନେ ମଧ୍ୟ ଅଛନ୍ତି । ଭଗବାନଙ୍କ ଆଶୀର୍ବାଦ ଓ ବିଚାରକଙ୍କ ବିଚାର  ଯାହା ସପକ୍ଷରେ ଯିବ ସେ ସୋ’ ବିଜେତା ହେବ । କିନ୍ତୁ ଘୋଷଣା ପର୍ଯ୍ୟନ୍ତ  ଅପେକ୍ଷା କରିବାକୁ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକଗୁଡ଼ିଏ  ଲୋକପ୍ରିୟ ପାରମ୍ପରିକ ସଙ୍ଗୀତ ସହ ବିଭିନ୍ନ ସ୍ଥାନୀୟ ଭାଷାର ପ୍ରସିଦ୍ଧ ସଙ୍ଗୀତ  ଗାଇ ବର୍ଣ୍ଣାଳୀ ଚର୍ଚ୍ଚାରେ ରହିବା ସହ ଜାତୀୟସ୍ତରରେ ଦୃଷ୍ଟିଆକର୍ଷଣ କରିଥିଲେ  ଏବଂ ବିଚାରକଙ୍କ ହୃଦୟ ଜିଣିଥିଲେ । ବର୍ଣ୍ଣାଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ  ଚର୍ଚ୍ଚିତ ଭଜନ, ଜଣାଣ ଏହି ମଞ୍ଚରେ ଚମତ୍କାର ସ୍ୱରରେ ପରିବେଷଣ କରିଛନ୍ତି ।  ଏହି ଯାତ୍ରାରେ ତାଙ୍କ ସଫଳତା ନେଇ ପରିବାର ସଦସ୍ୟ, ଗୁରୁ, ସାଥୀ ଓ ତାଙ୍କ  ସହ ଜଡ଼ିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.