ଫିରିଙ୍ଗିଆ: ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମ ପଂଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ ଷ୍ଟିକର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର, ବ୍ଲକ ବିଜୁ ଜନତା ଦଳ ସଭାପତି ରଜନୀକାନ୍ତ ମଲିକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ନୁ ଚରଣ ମଲିକ, ପବିଙ୍ଗିଆ ସରପଞ୍ଚ ତଥା ବିଜୁ ଛାତ୍ର ଜନତା ଦଳ ଫିରିଙ୍ଗିଆ ସଭାପତି ଲାଲମୋହନ କହଁର, କେଳାପଡ଼ା ସରପଞ୍ଚ ସ୍ଵର୍ଣ୍ଣଲତା ପ୍ରଧାନ, ପବିଙ୍ଗିଆ ଗ୍ରାପର ବିଜୁ ଜନତା ଦଳ ସଭାପତି ବାମଦେବ କହଁରଙ୍କ ସହ ବିଜୁ ଜନତା ଦଳର ସକ୍ରିୟ କର୍ମକର୍ତ୍ତା ଯୋଗ ଦେଇଥିଲେ l ଏହି ଅବସରରେ ପବିଙ୍ଗିଆ ଠାରେ ଘର ଯାଇ ବିଜୁ ଜନତା ଦଳ ର ଷ୍ଟିକର ଛପା ଯାଇଥିଲା l ଏହି କାର୍ଯ୍ୟକ୍ରମ 13 ନଂ ଜୋନରେ ଆରମ୍ଭ ହୋଇ ଥିବା ବେଳେ 12 ନଂ ଜୋନରେ ମଧ୍ୟ ଆରମ୍ଭ ହୋଇ ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ଚାଲିବ l
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...