ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଇଆରଇଏଲ ଡ୍ରେଜିଙ୍ଗ ଅଞ୍ଚଳରୁ ମୃତଦେହ ଉଦ୍ଧାର, ଗତକାଲିରୁ ଥିଲେ ନିଖୋଜ

ଖଲ୍ଲିକୋଟ, ୨୬।୩: ଚମାଖଣ୍ଡି ଥାନା ଅନ୍ତର୍ଗତ ବାସନାପୁଟି ଗାଁ ନିକଟ ଆଇଆରଇଏଲ ଡ୍ରେଜିଙ୍ଗ ଅଞ୍ଚଳରେ ଥିବା ଏକ ବିରାଟ ଗାତରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ବାସନାପୁଟି ଗ୍ରାମର ଖଲ୍ଲୀ ନାୟକ । ଗତକାଲିରୁ ସେ ନିଖୋଜ ଥିବା ଜଣାପଡ଼ିଥିଲା । ମଙ୍ଗଳବାର ସକାଳୁ ଗାତରେ ତାଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ । 

ଦମକଳ ବାହିନୀ ଓ ଚମାଖଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ଆଇଆରଇଏଲ ପକ୍ଷରୁ ଏଠାରେ ଡ୍ରେଜିଙ୍ଗ କରାଯାଇଥିଲେ ମଧ୍ୟ ତାହାକୁ ସମତଳ କରାଯାଇନାହିଁ । ଯାହା ଫଳରେ ସେଠାରେ ଏକ ବଡ଼ ଗାତ ହୋଇଯାଇଥିଲା । ତେଣୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ମୃତ ଖଲ୍ଲୀ ନାୟକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ସହ ଏହି ସ୍ଥାନରେ କରାଯାଇଥିବା ଗର୍ତ୍ତ ଗୁଡିକୁ ସମତଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇଆରଇଏଲ କର୍ତ୍ତୃପକ୍ଷଙ୍କୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଇଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.