ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ୟାଙ୍କ କର୍ମଚାରୀଙ୍କୁ ମୋଦି ସରକାର ଦେଇ ପାରନ୍ତି ଉପହାର, ଦରମା ବୃଦ୍ଧି ସହ ମିଳିପାରେ ସପ୍ତାହକୁ ୨ ଦିନ ଛୁଟି

ନୂଆଦିଲ୍ଲୀ, ୦୧/୦୩କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କୁ ବଡ଼ ଉପହାର ଦେଇ ପାରନ୍ତି । ପ୍ରଥମ ୬ ମାସରେ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ପ୍ରସ୍ତାବକୁ ସ୍ୱୀକାର କରି ପାରନ୍ତି ସରକାର । କେନ୍ଦ୍ର ସରକାର ପ୍ରସ୍ତାବ ସ୍ୱୀକାର କଲେ ବ୍ୟାଙ୍କ କର୍ମଚାରୀ ସପ୍ତାହକୁ ୨ ଦିନ ଛୁଟି ପାଇବେ । ଏହାଛଡ଼ା ବ୍ୟାଙ୍କ କର୍ମଚାରୀଙ୍କ ଦରମା ବି ବୃଦ୍ଧି ପାଇବ ।

ରିପୋର୍ଟ ଅନୁସାରେ, ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ମିଳିବା ସହ ଜୁନରେ ବଢ଼ିପାରେ ଦରମା । ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କୁ ୟୁନିଅନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟ ଦିବସ ଲାଗି ଚିଠି ଲେଖିଛନ୍ତି । ଯାହାର ସମୀକ୍ଷା କରୁଛି ଅର୍ଥ ମନ୍ତ୍ରଣାଳୟ ।

ଏବେର ସ୍ଥିତି

ବର୍ତ୍ତମାନ ସମୟରେ ବ୍ୟାଙ୍କ ଶାଖା ଗୁଡ଼ିକ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହୁଛି । ଦୀର୍ଘ ଦିନରୁ ବ୍ୟାଙ୍କ କର୍ମଚାରୀ ସପ୍ତାହକୁ ୨ ଦିନ ଛୁଟି ଲାଗି ଦାବି କରି ଆସୁଛନ୍ତି । ତେବେ ଅନୁମାନ କରାଯାଉଛି, ଶୀଘ୍ର ହିଁ ବ୍ୟାଙ୍କ କର୍ମଚାରୀଙ୍କୁ ୨ ଦିନ ଛୁଟି ମିଳିପାରେ ।

ଏଥିସହ ବ୍ୟାଙ୍କ କର୍ମଚାରୀଙ୍କ ଦରମା ବଢ଼ିପାରେ । ଗତବର୍ଷ ଆଇବିଏ ଓ ବ୍ୟାଙ୍କ କର୍ମଚାରୀଙ୍କ ୟୁନିଅନ୍ ଦେଶର ସମସ୍ତ ସାର୍ବଜନିକ ବ୍ୟାଙ୍କରେ ୧୭ ପ୍ରତିଶତ ଦରମା ବୃଦ୍ଧି ପାଇଁ ଚୁକ୍ତି କରିଥିଲା । ଯାହାକି ୧୨୪୪୯ କୋଟି ଟଙ୍କା ଥିଲା । କେନ୍ଦ୍ର ସରକାର ବେତନ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଲେ ପ୍ରାୟ ୯ ଲକ୍ଷ କର୍ମଚାରୀ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.