ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଖାଲି ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୯ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବାଲେଶ୍ବର ଠାରେ ଆୟୋଜିତ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଡାକ୍ତର ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜଣେ ରୋଗୀ ରୋଗକୁ ଡରିଥାଏ। ରୋଗକୁ ଭୟ କରି ସେ ନିଜକୁ ଅଧିକ ଅସୁସ୍ଥ ମନେ କରିଥାଏ । ଏହି ସମୟରେ ଡାକ୍ତର ରୋଗୀକୁ ଆରୋଗ୍ୟର ଯେଉଁ ସ୍ପର୍ଶ ଦିଅନ୍ତି ତାହା ହିଁ ରୋଗୀକୁ ସାହାସ ଓ ବିଶ୍ବାସ  ଦେବାରେ ସାହାଯ୍ୟ କରିଥାଏ । ତ୍ୟାଗ ଓ ନିଷ୍ଠା ହେଉଛି ଡାକ୍ତରଙ୍କ ମହନୀୟତା। ତେଣୁ ଆପଣ ମାନଙ୍କୁ ମୋର ଅନୁରୋଧ ସାଧାରଣ ଲୋକଙ୍କର ଓ ରୋଗୀମାନଙ୍କର ଆପଣ ମାନଙ୍କ ଉପରେ ଯେଉଁ ଭରସା ଓ ବିଶ୍ବାସ ଅଛି ତାକୁ କେବେ ତୁଟାଇବାକୁ ଦିଅନ୍ତୁ ନାହିଁ ।  

ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତରେ ଆଜି ଦେଶର ଡିଜିଟାଲ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିଛି। କୋ-ୱିନ ଆପ୍, ଇ-ସଂଜୀବନୀ, ଆରୋଗ୍ୟ ସେତୁ, ଇ- ହସ୍ପିଟାଲ ଆଦି ବ୍ୟବସ୍ଥା ଦେଶର ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରି ପାରିଛି। ମୋଦୀଜୀଙ୍କ ବସୁଧୈବ କୁଟୁମ୍ବକମ ନୀତି ଭାରତକୁ ବିଶ୍ବ ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିଛି। 

ସେ ଆହୁରି ମଧ୍ୟ କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର, ଆମକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାମ କରିବାର ଅଛି। ଗତ ୨୪ ବର୍ଷର ସରକାର ସ୍ବାସ୍ଥ୍ୟ ସେବା ଭଳି ଲୋକଙ୍କ ମୌଳିକ ଆବଶ୍ୟକତାକୁ ଅବହେଳା କରିଆସିଥିଲେ। ସ୍ବାସ୍ଥ୍ୟ ସେବାର ଅର୍ଥ କେବଳ ଡାକ୍ତର ଓ ରୋଗୀ ନୁହନ୍ତି। ପାରା ମେଡିକାଲ ଷ୍ଟାଫ, ଭିତ୍ତିଭୂମି, ଭଲ ଡାକ୍ତରଖାନା, ଆଧୁନିକ ଟେଷ୍ଟିଙ୍ଗ ମେସିନ୍, ପରୀକ୍ଷା ଗାର, ଆମ୍ବୁଲାନ୍ସ, ଔଷଧ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ସୁଯୋଗ ମଧ୍ୟ ସ୍ବାସ୍ଥ୍ୟ ସେବାର ଅଂଶ ବିଶେଷ। ୨୦୨୪-୨୫ ବଜେଟ୍ ରେ ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୩୨ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। ରାଜ୍ୟରେ ମୋଟ୍ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫,୭୭୪ ଏଥି ମଧ୍ୟରୁ ୫୭୬୫ ପଦବୀ ଖାଲି ରହିଛି। ତନ୍ମଧ୍ୟରୁ ୪୪୩ ପଦବୀ ଆଡହକ୍, କଣ୍ଟ୍ରାଚୁଆଲ୍ ଓ ବିଭିନ୍ନ ପାଣ୍ଠି ବିନିଯୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି।  ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ। ଲୋକଙ୍କ ଆବଶ୍ୟକତା ପୂରଣ କରିବା ହିଁ ଆମର ପ୍ରାଥମିକତା। ଖାଲି ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଦବୀ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ । ଆମେ ଚାହୁଁ ସ୍ବାସ୍ଥ୍ୟ ସେବା ରାଜ୍ୟର ସବୁ ଅଞ୍ଚଳରେ ସମାନୁପାତିକ ତଥା ଗୁଣାତ୍ମକ ଭାବେ ପହଞ୍ଚୁ ବୋଲି ସେ କହିଥିଲେ।

 ସେ ପୁଣି କହିଥିଲେ ରୋଗୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାକୁ ଆମେ ରାଜ୍ୟରେ ଲାଗୁ କରିବାକୁ ଯାଉଛୁ । ଏଥି ସହିତ ଡାକ୍ତର ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି, ବାସଗୃହ ସହିତ ଭୟମୁକ୍ତ ବାତାବରଣ ଯୋଗାଇ ଦେବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରୁଛୁ। ଆପଣ ମାନଙ୍କ ଦାବୀ ଗୁଡିକ ବିଚାରକୁ ନିଆଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ  ଆପଣ ମାନଙ୍କ ସହିତ ମିଶି ଆମେ ସ୍ବାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବାକୁ ଚାହୁଁଛୁ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.