ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ ଓ ତାଲିବାନ୍‌ ଭିତରେ ଚାଲିଛି ଶିତଳଯୁଦ୍ଧ ! ଜଣ ଜଣ କରି ଚୀନ୍‌ ନାଗରିକଙ୍କୁ ଟାର୍ଗେଟ କରୁଛି ଟିଟିପି

Image source: ABP live

ନୂଆଦିଲ୍ଲୀ,୨୮/୦୫: ପାକିସ୍ତାନ ଅର୍ଥନୈତିକ କରିଡର ପାଇଁ ୬୦ ବିଲିୟନ ଡଲାର ବିନିଯୋଗ କରି ଚୀନ୍ ପାକିସ୍ତାନର ଫାଶରେ ପଡ଼ିଥିବା ଜଣାପଡିଛି। ପାକିସ୍ତାନ ନା ଚୀନ୍‌କୁ ଋଣ ଫେରସ୍ତ କରୁଛି ନା ଚୀନ୍‌ ପାକିସ୍ତାନରେ କାମ କରିବାକୁ ସକ୍ଷମ ହେଉଛି। ପାକିସ୍ତାନର ଟିଟିପି ଆତଙ୍କବାଦୀ ଏବଂ ବେଲୁଚ ବିଦ୍ରୋହୀମାନେ କ୍ରମାଗତ ଭାବରେ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି।

ଏହା ଏମିତି ଏକ ସମୟରେ ଘଟୁଛି ଯେତେବେଳେ ଚୀନ୍ ତାଲିବାନ ସହିତ କୂଟନୈତିକ ସମ୍ପର୍କକୁ ମଜବୁତ କରିଛି ଏବଂ କୋଟି କୋଟି ଟଙ୍କା ବିନିଯୋଗ କରୁଛି। ଏହି ଆକ୍ରମଣକୁ ରୋକିବାରେ ପାକିସ୍ତାନର ସେନା ଅସଫଳ ବୋଲି ପ୍ରମାଣ କରୁଛି, ଏପରି ପରିସ୍ଥିତିରେ ଚୀନ୍ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଯଦି ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ପାକିସ୍ତାନର ସେନା ବିଫଳ ହୁଏ, ତେବେ ଚୀନ୍ ପାକିସ୍ତାନରେ ନିଜର ସେନା ନିୟୋଜିତ କରିବ।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ପାକିସ୍ତାନରେ ନିଯୁକ୍ତ ହୋଇଥିବା ଚୀନ୍ କୂଟନୀତିଜ୍ଞମାନେ ଖୋଲାଖୋଲି ଭାବେ ପାକିସ୍ତାନୀ ଅଧିକାରୀଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ତାଲିବାନ ସେମାନଙ୍କ ପିଠିରେ ଛୁରୀ ଭୁସିଛି। ପାକିସ୍ତାନ ଏବଂ ଚୀନ୍ କହିଛନ୍ତି ଯେ ଟିଟିପି ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଆଶ୍ରୟ ନେଇଛନ୍ତି ଏବଂ ତାଲିବାନ ସେମାନଙ୍କୁ ସାହାଯ୍ୟ କରୁଛି। ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଟିଟିପି ଉପରେ ଚାପ ପକାଉଛନ୍ତି, କିନ୍ତୁ ଆଫଗାନିସ୍ତାନର ତାଲିବାନ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ନିକଟରେ ଆତ୍ମଘାତୀ ଆକ୍ରମଣରେ ୫ ଜଣ ଚୀନ୍‌ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ବିଶ୍ଳେଷକମାନଙ୍କର କହିବା କଥା ହେଲା, ଯଦି ଏହି ଆକ୍ରମଣକୁ ରୋକିବାରେ ପାକିସ୍ତାନ ସେନା ବିଫଳ ହୁଏ, ତେବେ ଚୀନ୍ ବାଲୁଚିସ୍ତାନରେ ନିଜର ସେନା ନିୟୋଜିତ କରିପାରେ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.