ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଳବାୟୁ ପରିବର୍ତ୍ତନ ପୃଥିବୀ ପାଇଁ ବିପଦର ଘଡି, ଗତ ୧୨ ମାସରେ ଉତ୍ତାପରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ ୨୦/୦୩: ବିଶ୍ୱ ଉତ୍ତାପନକୁ ନେଇ ବଡ଼ ବିପଦର ଚେତାବନୀ ଦେଇଛି ଜାତିସଂଘ । ଜାତିସଂଘ ପାଣିପାଗ ଏଜେନ୍ସି ଅନୁସାରେ, ଗତ ବର୍ଷ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌, ଭୂମି ଓ ଜଳ ତାପମାତ୍ରା ଏବଂ ଗ୍ଲାସିଅର ଓ ସମୁଦ୍ର ବରଫ ତରଳିବାରେ ରେକର୍ଡ ବୃଦ୍ଧି ଚେତାବନୀ ଦେଉଛି ଯେ ଏଗୁଡ଼ିକର ହ୍ରାସ ନିମନ୍ତେ ବିଶ୍ୱର ପ୍ରୟାସ ପର୍ଯ୍ୟାପ୍ତ ନୁହେଁ । ବିଶ୍ୱ ପାଣିପାଗ ସଂଗଠନ ଗତ ମଙ୍ଗଳବାର ‘ଷ୍ଟେଟ୍‌ ଅଫ୍‌ ଦ ଗ୍ଲୋବାଲ କ୍ଲାଇମେଟ୍‌’ ଶୀର୍ଷକ ରିପୋର୍ଟ ଜାରି କରିଛି । ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖିବାର ଜଳବାୟୁ ଲକ୍ଷ୍ୟ ବିପଦରେ ରହିଥିବା ଏହା ଦର୍ଶାଇଛି ।

ବିଶ୍ୱ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସେଲେଷ୍ଟି ସାଉଲୋ କହିଛନ୍ତି ‘ପ୍ୟାରିସ୍‌ ଚୁକ୍ତି ଅନୁସାରେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଲାଗି ବିଶ୍ୱ ତାପନ ମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖିବାର ଆମେ କଦାପି ନିକଟତର ହୋଇନାହୁଁ । ବିଶ୍ୱ ପାଣିପାଗ ସଂଗଠନ ସମୁଦାୟ ବିଶ୍ୱ ପାଇଁ ବିପଦର ଚେତାବନୀ (ରେଡ୍‌ ଆଲର୍ଟ) ଦେଇଛି ।’ ୟୁରୋପୀୟ ସଂଘର କୋପରନିକସ୍‌ ଜଳବାୟୁ ସେବା ଅନୁସାରେ, ମାର୍ଚ୍ଚ ୨୦୨୩ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ୧୨ ମାସର ଅବଧିରେ ବିଶ୍ୱ ଉତ୍ତାପନ ୧.୫ ଡିଗ୍ରୀ ସୀମାରୁ ଟପିଛି । ଏହା ଅନୁସାରେ, ୨୦୨୩ରେ ବିଶ୍ୱ ତାପମାତ୍ର ୧.୫ ଡିଗ୍ରୀ ସେଲ୍‌ସିୟସ୍‌ର ଟିକିଏ ତଳେ ଅର୍ଥାତ୍‌ ୧.୪୮ ଡିଗ୍ରୀ ସେଲ୍‌ସିୟସ ଥିଲା । କିନ୍ତୁ ଚଳିତ ବର୍ଷ ଆରମ୍ଭରେ ରେକର୍ଡ ଗରମ ହାରାହାରି ୧୨ ମାସର ଉତ୍ତାପ ହାରଠୁ ଟପିଗଲା । ଜାତିସଂଘ ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗୁଟରେସ୍‌ କହିଛନ୍ତି, ପୃଥିବୀ ପାଇଁ ଏହା ବିପଦର ଘଡ଼ି । ବିଶ୍ୱ ଜଳବାୟୁ ରିପୋର୍ଟର ସଦ୍ୟତମ ସ୍ଥିତି ଦର୍ଶାଇଛି, ପୃଥିବୀ ବର୍ତ୍ତମାନ ଅତ୍ୟନ୍ତ ଖରାପ ସ୍ଥିତିରେ ଉପନୀତ ହୋଇଛି । ଜୀବାଶ୍ମ ଇନ୍ଧନ ଜଳବାୟୁକୁ କଳୁଷିତ କରିଛି ।

୨୦୨୩ ମସିହାରେ, ୯୦ ଭାଗରୁ ଉଦ୍ଧ୍ୱର୍ ସମୁଦ୍ର ଜଳ ଅତିକମ୍‌ରେ ଥରେ ହିଟ୍‌ୱେଭ୍‌ର ସମ୍ମୁଖୀନ ହୋଇଥିଲା । ୧୯୫୦ ମସିହାରୁ ସର୍ବାଧିକ ଗ୍ଲାସିଅର ବରଫ ତରଳିଛି । ଆଣ୍ଟାର୍କଟିକ୍‌ ସମୁଦ୍ର ବରଫ ଏପର୍ଯ୍ୟନ୍ତର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି । ଏ ସମସ୍ତ ଖରାପ ଖବର ମଧ୍ୟରେ ସବୁଠୁ ଚିନ୍ତାର ବିଷୟ ହେଉଛି ପୃଥିବୀ ବର୍ତ୍ତମାନ ତରଳ ପର୍ଯ୍ୟାୟରେ ପହଞ୍ଚିଛି । ଧ୍ରୂବୀୟ ବରଫ ପ୍ରାଚୀର ସର୍ବାଧିକ କ୍ଷୟ ହୋଇଛି । ବିଶ୍ୱ ପାଣିପାଗ ସଂଗଠନ ଅନୁସାରେ, ହିଟ୍‌ୱେଭ୍‌, ବନ୍ୟା, ମରୁଡ଼ି, ବନାଗ୍ନି ଓ ଉଷ୍ଣମଣ୍ଡଳୀୟ ଝଡ଼, ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭୟଙ୍କର ହୋଇଛି । ୨୦୨୩ ମସିହାରେ ବିଶ୍ୱର ପ୍ରତ୍ୟେକ କୋଣରେ ଲୋକଙ୍କ ଜୀବନ ଓ ଜୀବିକାକୁ ଏହା ପ୍ରଭାବିତ କରିଛି । ପ୍ରତି ବର୍ଷ ଜଳବାୟୁ ସ୍ଥିତି ଖରାପ ହୋଇ ଚାଲିଛି । ପ୍ରତି ବର୍ଷ ବିଶ୍ୱ ଜଳବାୟୁ ସଂଗଠନ ଓ ଅନ୍ୟମାନେ ସଦ୍ୟତମ ରିପୋର୍ଟ ନୀତିନିର୍ମାତାଙ୍କ ପାଇଁ ସତର୍କ ଘଣ୍ଟି ବୋଲି କହୁଛନ୍ତି । ଉତ୍ତମ ଜଳବାୟୁ ପଦକ୍ଷେପ ପାଇଁ ଗତ ମଙ୍ଗଳବାର ଜଳବାୟୁ ବିଶେଷଜ୍ଞ ଓ ମନ୍ତ୍ରୀମାନେ ଡେନ୍‌ମାର୍କ ରାଜଧାନୀ କୋପେନ୍‌ହାଗେନ୍‌ରେ ସାମ୍ବାଦିକ ସମ୍ମିଳନୀରେ ଏକତ୍ରିତ ହୋଇଥିଲେ । ବିଶ୍ୱ ଉତ୍ତାପନ ବିରୋଧରେ ଲଢ଼େଇ ଏବଂ ଦେଶମାନଙ୍କର ପ୍ରତିବଦ୍ଧତାର ପ୍ରୋତ୍ସାହନ ଉପରେ ଜୋର ଦେବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.