ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଯୋଡ଼ି ହେବ କଟକ-ଭୁବନେଶ୍ୱର-ପୁରୀ, ନକ୍ସା ଆଙ୍କିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya | June 26, 2024 11:13 AM

ଭୁବନେଶ୍ୱର, ୨୬/୦୬ : କଟକ-ଭୁବନେଶ୍ୱର ସହିତ ଯୋଡ଼ି ହେବ ପୁରୀ। ୩ ସହର ବିକାଶ କରାଯିବ। ଏହି ଟ୍ରିପିଲ ସିଟିର ନକ୍ସା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ମଙ୍ଗଳବାର ଲୋକସଭା ଭବନର କନଭେନ୍‌ସନ ହଲ୍‌ରେ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଜାରି ରହିବ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ସବୁଜ ସଙ୍କେତ ଦେଇଛନ୍ତି । ସହରାଞ୍ଚଳ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ "ଟିମ୍‌ ୱାର୍କ' କରିବାକୁ କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର । 

ପୌରସଂସ୍ଥାରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ ସହିତ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ସେ ଦେଇଛନ୍ତି । ସେହିଭଳି ସହରାଞ୍ଚଳ ବିଶେଷକରି ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟଗୁଡିକ ଜଳଉତ୍ସକୁ ଦୂଷିତ କରୁଥିବାରୁ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ଦପ୍ତରରେ ବସି ନରହି କ୍ଷେତ୍ର ଗସ୍ତରେ ଯିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହିତ ପ୍ରତିଦିନ ୱାର୍ଡ ପରିଦର୍ଶନ ପାଇଁ କହିଛନ୍ତି । ସହରାଞ୍ଚଳର ଟ୍ରାଫିକ ବ୍ୟବସ୍ଥା ଉପରେ ମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି  । ଲୋକେ ଅଳ୍ପ ସମୟ ମଧ୍ୟରେ ଯେଭଳି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କର । ଏଥିସହିତ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ସହରାଞ୍ଚଳରେ ଅଧିକରୁ ଅଧିକ ସିସିଟିଭି ଲଗାଇବା ଉପରେ ମତ ଦେଇଛନ୍ତି । 

ସହରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ରକ୍ଷଣାବେକ୍ଷଣ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାରମାନେ କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି  । ଏମାନେ ଅତି କମରେ ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବେ । ଯଦି ଏଥିରେ କେହି ଖିଲାପ ପରେ ତେବେ ସେମାନଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ । ବର୍ଷାଋତୁରେ ଡ୍ରେନ୍‌ରେ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ କୁହାଯାଇଛି  । ଯେଉଁଠାରେ ସ୍ଲାବ୍‌ ପକା ଯାଇପାରୁନାହିଁ ସେ ସବୁ ସ୍ଥାନରେ ବାଡ଼ ବୁଲାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ବିଭାଗ ତରଫରୁ ପ୍ରତି ପୌର ସଂସ୍ଥାକୁ ମାର୍ଗଦର୍ଶିକା ପଠାଯାଇଛି । ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତେବେ ସେହି ସ୍ଥାନ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ଦାୟୀ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଏହି କର୍ମଶାଳାରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ସୁଡା ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.